ଅବିଭକ୍ତ କଟକ

ଅନୁଆରୀ – ପଣ୍ଡାଳମ ରାସ୍ତାର ଶୁଭାରମ୍ଭ

ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀ ଠାରୁ ପଣ୍ଡାଳମ ପର୍ଯ୍ୟନ୍ତ ଆଠ କିଲୋମିଟର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।ସେ ତାଙ୍କ ଜନ୍ମଦିନ ଅବସରରେଏହି ରାସ୍ତାର ଶୁଭାରମ୍ଭ କରିଥିବାବେଳେ ଏଥିପାଇଁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଉଥିବା ଜଣାପଡିଛି।ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।ଏହିରାସ୍ତା ହେଲେ ସ୍ଥାନୀୟ ଲୋକଙ୍କ ସହ ବାହାର ବହୁଲୋକେ ଏହିଦେଇ ଗମନା ଗମନର ସୁବିଧାରେ କରିପାରିବେ ବୋଲି ବକ୍ତା ମାନେ କହିଛନ୍ତି। ଏନେଇ ବାଙ୍କୀ ବ୍ଲକ ଅଧକ୍ଷ। ପୁଷ୍ପଲତା ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅୟୋଜନ କରାଯାଇଥିଲା । ଆଗକୁ ଆହୁରି ଅନେକ ରାସ୍ତା ନିର୍ମାଣ ହେବାର ବ୍ୟବସ୍ଥା ରହିଛି ବୋଲି ବକ୍ତା ମାନେ ଭାଷଣରେ କହିଛନ୍ତି । ଏହି ଅବସରରେ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ୬୬ ତମ ଜନ୍ମ ଦିବସ ପାଳନ କରାଯାଇଛି । ମଞ୍ଚରେ ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିବାବେଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

nineteen + ten =

Most Popular

To Top