ଅବିଭକ୍ତ କଟକ

ଅମାନୁଷିକ:ଉଠାଇନେଲେ,ପିଟିଦେଲେ


କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଅମାନୁଷିକ ଘଟଣା।ସାମାନ୍ୟ ଯୁକ୍ତିତର୍କ ରୁ ଗୋଟିଏ ଗୋଷ୍ଠୀ ଯୁବକ ଅନ୍ୟ ଜଣେ ଯୁବକଙ୍କୁ କାରରେ ଉଠାଇନେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ମାରି ଦେଇଥିବା ଜଣାପଡ଼ିଛି।ଏହି ଘଟଣାରେ କାରରେ ଥିବା ଯୁବକମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ସହ ବାଇକ୍ ରେ ଥିବା ଦୁଇଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସକୁ ଜିମା ଦେଇଥିବା ଜଣାପଡ଼ିଛି।


ଗତକାଲି ବିଳମ୍ବିତ ରାତିରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାରପଡା ବଙ୍ଗଳା ଛକରେ ଗୋବିନ୍ଦପୁର ଗ୍ରାମର କିଛି ଯୁବକଙ୍କ ସହ ଗୋଟିଏ କାରରେ ଥିବା ଯୁବକଙ୍କ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା।ଏହି ସମୟରେ କାରରେ ଥିବା ଯୁବକ ମାନେ ଧନଞ୍ଜୟ କୁ କାର ଭିତରକୁ ଅଧା ଟାଣିନେଇ ଦୃତଗତୀରେ ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ କାରକୁ ପିଛା କରିଥିଲେ।ଏହି ସମୟରେ କାରରେ ଝୁଲୁଥିବା ଧନଞ୍ଜୟ କୁ ଏକ ବିଦ୍ୟୁତ ଖୁଣ୍ଟରେ ପିଟି କାର୍ ଚାଲିଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ଧନଞ୍ଜୟ କୁ କଟକ ଏସ୍ ସି ବି ନେବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ବାଇକ୍ ରେ ଥିବା ଅନ୍ୟ ଦୁଇଜଣଙ୍କୁ ଲୋକମାନେ କାବୁ କରି ପୋଲିସକୁ ଦେଇଛନ୍ତି। ଗୋବିନ୍ଦପୁର ପୋଲିସ ଧାନମଣ୍ଡଳ ଠାରେ ନାଳବନ୍ଧରେ ଘଟଣା ଘଟାଇଥିବା କାରକୁ ଠାବ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ସନ୍ଧାନ ରେ ଲାଗିଛି।

Most Popular

To Top