ଅବିଭକ୍ତ କଟକ

ଅସହାୟକୁ ସାହା ହେଲେ ଚିନ୍ମୟ

ଅସହାୟ କୁ ସହାୟ ହେଲେ ଗୋ ସେବକ ଚିନ୍ମୟ ପାତ୍ର । କଟକ ସଦର ଥାନା ନିକଟ ଭାଣପୁର ଠାରେ ଅସହାୟ ଭାବରେ ଗୋଡ଼ରେ ଘା ହୋଇ ଗୁରୁତର ଅବସ୍ଥା ରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା କରିଛନ୍ତି ଚିନ୍ମୟ। ଖବର ପାଇ ଚିନ୍ମୟ ତା ପାଖରେ ପହଁଚି ଭିଡିଓ କନଫରେନସ ମାଧ୍ୟମରେ ଡାକ୍ତର ଙ୍କ ସହିତ ଯୋଗାଯୋଗ କରି ତାର ଚିକିତ୍ସା କରିଥିଲେ । ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଡ୍ରେସିଙ୍ଗ କରିବାସହିତ ଔଷଧ ପ୍ରଦାନ କରିଥିଲେ ।ଉକ୍ତ ବ୍ଯକ୍ତିକୁ ଖାଦ୍ୟ ମଧ୍ୟ ଦିଆଯାଇଥିଲା । କଟକ ସଦର ଥାନା ଅଧିକାରୀ ସୁଧାଂଶୁଭୂଷଣ ଜେନା ଚିନ୍ମୟଙ୍କ ଏପରି କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ତାଙ୍କୁ ସହଯୋଗ କରିଥିଲେ ।ଲକ୍ ଡାଉନ୍ ସମୟରେ ଅସହାୟ ମାନଙ୍କୁ ସହାୟ ହେଉଛନ୍ତି ଚିନ୍ମୟ । ନିଜଜୀବନକୁ ବାଜି ଲଗାଇ ଅନ୍ୟକୁ ସାହାର୍ଯ୍ୟ କରିଚାଲିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

15 + 2 =

Most Popular

To Top