ଅବିଭକ୍ତ କଟକ

ଅସୁରକ୍ଷିତ ରାଜପଥ, ପ୍ରତି ମୁହୂର୍ତ୍ତ ବିପଦ କେନ୍ଦ୍ରାପଡ଼ା. ଶୋଭନ ଆଚାର୍ଯ୍ଯ

କେନ୍ଦ୍ରାପଡ଼ା ମଧ୍ଯ ଦେଇ ଯାଇଥିବା ଦୈତାରୀ- ପାରାଦ୍ଵୀପ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ପ୍ରତି ମୁହୂର୍ତ୍ତ ଏଠି ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ତେବେ ଜାତୀୟ ରାଜପଥ ର ଏହି ଦୁରାବସ୍ଥା ର କାରଣ ହେଉଛି ଲୁହାପଥର ବୋଝେଇ ଟ୍ରକ । ଗୋଟେ କି ଦୁଇଟି ନୂହେଁ ବରଂ ଜାତୀୟ ରାଜପଥ ର କଡରେ ଅଟକି ରହିଛି ହଜାର ହଜାର ଲୁହା ପଥର ବୋଝାଇ ଟ୍ରକ । ପାରାଦୀପ୍ ବନ୍ଦରରେ ଲୁହା ପଥର ଖଲାସ୍ ରେ ଅହେତୁକ ବିଳମ୍ବ ଯୋଗୁଁ ବିଭିନ୍ନ ଖଣି ଅଂଚଳ ରୁ ଲୁହାପଥର ବୋଝେଇ କରି ଆସୁଥିବା ଟ୍ରକ୍ ଗୁଡିଏ ଜାତୀୟ ରାଜପଥ କଡରେ ଅଟକି ରହୁଛି ।ପ୍ରତି ଟ୍ରକ୍ ଲୁହାପଥର ଖଲାସ୍ କରିବା ପାଇଁ ପ୍ରାୟ ୪ ଦିନ ଲାଗୁଛି । ତା ପଛକୁ ପୁଣି ଲୁହାପଥର ଭର୍ତି ଟ୍ରକ୍ ଧାଡ଼ି ରେ ଲଗାଉଛନ୍ତି । ତେବେ ରାସ୍ତା କଡରେ ଲମ୍ବା ଧାଡିରେ ଛିଡା ହେବା ଯୋଗୁଁ ସାଧରଣ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକେ କେନ୍ଦ୍ରାପଡା ସହରକୁ ଆସିବା ପାଇଁ ଜାତୀୟ ରାଜପଥ ଅତିକ୍ରମ କରିବା ବେଳେ ଅନେକ୍ ସମୟରେ ଲୁହା ପଥର ବୋଝାଇ ଟ୍ରକ ଧକ୍କାରେ ପ୍ରାଣ ହରାଉଛନ୍ତି । ସେହିପରି ଅନ୍ୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚାଳକ ମଧ୍ୟ ଯାତାୟତ କରିବା ବେଳେ ହଠାତ୍ ଅଟକି ଥିବା ଟ୍ରକ୍ ରାସ୍ତା ଉପର କୁ ମାଡି ଆସିବା ଦ୍ୱାରା ବଡ ବଡ ଦୁର୍ଘଟଣା ଘଟୁଛି ।କେବଳ ସେତିକି ନୂହେଁ ଟ୍ରକ୍ ଡ୍ରାଇଭର୍ ଓ ହେଲପର ନିତ୍ୟକର୍ମ କରିବା ସହିତ ବିଭିନ୍ନ ବର୍ଜ୍ୟବସ୍ତୁ ପକାଇ ଜାତୀୟ ରାଜପଥ ପାର୍ଶ୍ବ କୁ ଅପରିଷ୍କାର କରି ଦେଉଛନ୍ତି । ଜାତୀୟ ରାଜପଥ ରୁ ଟ୍ରକ୍ ଗୁଡିକୁ ହଟାଇବା ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଏବଂ ସ୍ଵେଚ୍ଛାସେବୀ ସଂଗଠନ ଜିଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । କିନ୍ତୁ ପ୍ରସାଶନ ଏଥି ପ୍ରତି ଧ୍ୟାନ ନଦେବା ଯୋଗୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି ।

Most Popular

To Top