ରାଜ୍ୟ

ଅସ୍ତରଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶାସକ ଦଳ କର୍ମୀଙ୍କ ଆକ୍ରମଣ ଅଭିଯୋଗ

ଶାସକ ଦଳର ଗୁଣ୍ଡାରାଜ ଥମିବାର ନାମ ଧରୁନି । ବାରମ୍ୱାର ଶାସକ ଦଳର କର୍ମୀ ଓ ନେତା-ମନ୍ତ୍ରୀମାନେ ଗୁଣ୍ଡାରାଜ ଚଳାଇଥିବା ପ୍ରମାଣ ବିଭିନ୍ନ ସମୟରେ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି । ଏବେ ପୁଣି ଥରେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଶାସକ ଦଳର କିଛି କର୍ମୀ ଓ ସମର୍ଥକ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି ।


ମୁଣ୍ଡ ଉପରେ ନିର୍ବାଚନ ହେତୁ ଗଣମାଧ୍ୟମର ଉତ୍ତରଦାୟିତ୍ୱ ମଧ୍ୟ ବଢିଯାଇଛି । ନିର୍ବାଚନ ଖବର ସଂଗ୍ରହ କରିବା, ଲୋକଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ଏକ ଅଗ୍ରଣୀ ଘରୋଇ ଚ୍ୟାନେଲର ପ୍ରତିନିଧି ପହଁଞ୍ଚିଥିଲେ କାକଟପୁର ନିର୍ବାଚନ ମଣ୍ଡଳୀରେ । ତେବେ ଗଣମାଧ୍ୟମର ଟିମ୍ ଯେତେବେଳେ ଅସ୍ତରଙ୍ଗ ପହଞ୍ଚିଥିଲା ସେତେବେଳେ ସ୍ଥାନୀୟ ବିଜେଡି ବିଧାୟକ ସୁର ସେଠୀଙ୍କ କର୍ମୀମାନେ ଆସି ସାମ୍ୱାଦିକ ଚନ୍ଦନ ପାଇକରାୟଙ୍କୁ ନିସ୍ତୁକ ମାଡ ମାରିବା ସହ କ୍ୟାମେରା ଓ ବୁମ୍ ମଧ୍ୟ ଭାଙ୍ଗିଦେଇଛନ୍ତି । ତେବେ ସୌଭାଗ୍ୟବଶତଃ ସେହିସମୟରେ ସ୍ଥାନୀୟ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସାମ୍ୱାଦିକଙ୍କୁ ଉଦ୍ଧାର କରିଥିଲେ ।
ବିଭିନ୍ନ ସମୟରେ ଶାସକ ଦଳ ବିଜେଡିର କର୍ମୀ, ନେତାମାନେ ଗଣମାଧ୍ୟମର କଣ୍ଠରୋଧ କରି ଗୁଣ୍ଡାରାଜ ଚଳାଇବା ଅଭିଯୋଗ ଆସିଛି । ତେବେ ଏଭଳି ଗୁଣ୍ଡାରାଜକୁ ସମର୍ଥନ ଓ ବଳ ଦେଉଥିବା ରାଜନୈତିକ ଦଳ, ନେତା, ମନ୍ତ୍ରୀ ଓ ସମର୍ଥକ ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେତେ ଉପଯୁକ୍ତ ତାହା ଆଗାମୀ ଦିନରେ ଓଡିଶାର ସଚେତନ ନାଗରୀକ ବିଚାର କରିବାର ସମୟ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

twenty − five =

Most Popular

To Top