ରାଜ୍ୟ

ଆଖି ବୁଜିଲେ ବଂଶୀ ବାବୁ

ବଂଶୀ ବାବୁଙ୍କ ବିୟୋଗରେ ଶୋକସଭା

ବରିଷ୍ଠ ସମାଜସେବୀ ସ୍ତମ୍ଭକାର ବାମନ୍ଥୀ ନେତୃତ୍ୱ ର କର୍ଣ୍ଣଧାର, ଲେଖକ , ଆଇନଜୀବି ,ଅଧ୍ୟାପକ ବଂଶୀଧର ଦାଶଙ୍କର ଆଜି ସକାଳେ କଟକ ବଡ଼ମେଡ଼ିକାଲ ରେ ୮୬ ବର୍ଷାରେ ଦେହାନ୍ତ ହୋଇଯାଇଛି। ସେ ଜଣେ ମିଷ୍ଠଭାଷୀ ଅମାୟୀକ ବ୍ୟକ୍ତି ଥିଲେ। ବାମପନ୍ଥୀ ଚିନ୍ତାଧାରା ର ବଂଶୀ ବାବୁ ବିଗତ ଦିନରେ ଗୋବିନ୍ଦପୁର ରୁ ବିଧାୟକ ପ୍ରାର୍ଥୀ ହେବା ସହ ଅଞ୍ଚଳରେ ଏକ ଦୃଢ଼ ସଂଗଠନ ସୃଷ୍ଟି କରିଥିଲେ। ମୃତ୍ୟୁ ପରେ ତାଙ୍କ ଶବାଧାର ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡ ଗ୍ରାମକୁ ଅଣାଯାଇଥିଲା। ସେଠାରେ ତାଙ୍କର ବହୁ ଶୁଭଚ୍ଛୁ ଓ ସମର୍ଥକ ତାଙ୍କର ଶେଷ ଦର୍ଶନ କରିଥିଲେ।ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ପୁତ୍ର ଅସୀମ ଅମିତାଭ ଦାସ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ରାଜ୍ୟ କମ୍ୟୁନିଷ୍ଟ ପାର୍ଟିର ସଭାପତି ଅଜୟ ରାଉତ ଓ କ୍ଷିତିଶ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ବଂଶୀ ବାବୁଙ୍କ ବିୟୋଗରେ ବ୍ରାହ୍ମଣବାଟୀ ଗ୍ରାମ ପଞ୍ଚାୟତର ମଦନମୋହନ କଲ୍ୟାଣ ମଣ୍ଡପରେ ହେମନ୍ତ କୁମାର ପାତ୍ରଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଞ୍ଜୟ ପାତ୍ର,ଅପର୍ତି ମହାପାତ୍ର, ପରୀକ୍ଷିତ ବାରିକ, ବିଜୟ ରାଉତ, ରତ୍ନାକର ବେହେରା,ଦିଲୀପ ପାତ୍ର,ଭୀମସେନ ପାତ୍ର, ସଂଗ୍ରାମ କେଶରୀ ପାତ୍ର,ପ୍ରଫୁଲ୍ଲ ଷ଼ଡଙ୍ଗୀ, ଉଗ୍ରସେନ ଜେନା, ଲକ୍ଷ୍ମଣ ଦାସ,ଭିକାରୀ ଆଚାର୍ଯ୍ୟ, ଓ ଆର୍ତ୍ତତ୍ରାଣ ପାତ୍ର, ଶରତ ବାରିକ ପ୍ରମୁଖ ସ୍ବର୍ଗତ ଦାଶଙ୍କ ସ୍ମୃତିଚାଣ କରିବା ସହିତ ସ୍ବର୍ଗତ ଆତ୍ମାର ସଦ୍ ଗତି କାମନା ପୂର୍ବକ ୨ ମିନିଟ୍ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Most Popular

To Top