ଅବିଭକ୍ତ କଟକ

ଆତ୍ମଜ୍ଞାନ ସାଧନା ଶିବିର ଉଦଯାପିତ


ଶରୀର ମୋର ନୁହେଁ କି ମୁଁ ଶରୀର ନୁହେଁ -ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ବତୀ lଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସଂଧାନେ ‘ଆନୁକୂଲ୍ୟରେ ତେଲେଙ୍ଗାପେଣ୍ଠ ସ୍ଥିତ ଟ୍ୱିନ ସିଟି ମଣ୍ଡପ ରେ ପାଞ୍ଚ ଦିନ ଧରି ହୋଇଆସୁଥିବା ଆତ୍ମଜ୍ଞାନ ସାଧନା ଶିବିର ଗତ ରବିବାର ଦିନ ଉଦଯାପିତ ହୋଇ ଯାଇଛି l ତାମିଲନାଡୁ ଚେନ୍ନାଇ ସ୍ଥିତ ଶୁଦ୍ଧାନନ୍ଦ ଆଶ୍ରମ ତଥା ସମ୍ବିତ ସାଗର ଟ୍ରଷ୍ଟ ର ଅଧ୍ୟକ୍ଷ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ବତୀ ପ୍ରତ୍ୟହ ସଂଧ୍ୟା ରେ ମୁଁ କିଏ, ମୁଁ ର ସ୍ୱରୂପ କଣ, ଇଶ୍ୱର ଅବସ୍ଥାନ କେଉଁଠି ଆଦି ବହୁ ଉପାଦେୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ lସ୍ୱାମୀଜୀ ଉପସ୍ଥିତ ସାଧକ ଶ୍ରୋତା ମାନଙ୍କୁ ସଂସାର ରେ ସୁଖ ମିଳେନା l ସୁଖ ନିଜ ଭିତରେ ଅଛି l ଏହାକୁ ପାଇବା ପାଇଁ ହେଲେ ପ୍ରଥମେ ନିଜକୁ ଜାଣିବା କୁ ହେବ ବୋଲି ମତ ଦେଇଥିଲେ l ଉଦଯାପନୀ ଦିନ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଅତିଥି ଭାବେ ଯୋଗ ଦେଇ ସ୍ୱାମୀ ଶୁଦ୍ଧାନନ୍ଦ ଙ୍କ ପରି ଜଣେ ଓଡ଼ିଆ ସନ୍ଥ ଆଜି ସମଗ୍ର ବିଶ୍ୱରେ ବେଦ ବେଦାନ୍ତ ର ବାଣୀ କୁ ପ୍ରଚାର କରି ଓଡିଶା ତଥା ଭାରତ କୁ ଗୌରବ ଆଣି ଦେଇପାରିଥିବାରୁ ତାଙ୍କୁ ଭକ୍ତିପୁତ ପ୍ରଣତି ଜ୍ଞାପନ କରିଥିଲେ l

ଶେଷ ଦିନ ସାଧନା ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପତ୍ରିକା ର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଇଂ ଶ୍ରୀ ସନ୍ନ୍ୟାସୀ ପ୍ରତ୍ୟହ ସଭା ସଂଚାଳନ କରିଥିଲେ lବିଭିନ୍ନ ଦିବସରେ କଟକ ସଦର ପ୍ରେସ କ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ର, ନାଇଜର କୁଳ ସଚିବ ଡଃ ଅଭୟ କୁମାର ନାୟକ, ଵଂବୁରି ମଠ ମହନ୍ତ ଡଃ ଶ୍ରୀଚରଣ ଦାସ, ସିଦ୍ଧଗିରି ପାହାଡ଼ ର ମହନ୍ତ ବାବାଜୀ ବିଶ୍ୱନାଥ ଦାସ, ଗାୟକ କୁଳଭୂଷଣ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ଅକ୍ଷୟ କୁମାର ଭଦ୍ର ଅତିଥି ଭାବେ ଯୋଗ ଦେଇ ସ୍ୱାମୀଜୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ସ୍ୱାମୀ ଅତ୍ମାନନ୍ଦ, ବ୍ରହ୍ମଚାରିଣୀ ମନୀଷା ଚୈତନ୍ୟ, ମାନିନୀ ଚୈତନ୍ୟ, ଅଦ୍ୱେତ ବାବା ଆଦି ବହୁ ସନ୍ଥ ଉପସ୍ଥିତ ଥିଲେ l ସରକାରୀ ଓକିଲ କଵିନାରାୟଣ ଜେନା ଉଦଯାପନୀ କୃତଜ୍ଞତା ଜ୍ଞାପନ କରିଥିଲେ l ପାଞ୍ଚ ଦିନ ବ୍ୟାପି ଉକ୍ତ ଶିବିର କୁ ଇଂ ବିପ୍ଳବ ଦାସ, ସମାଜସେବୀ ଅଶୋକ କୁମାର ଜେନା, ସୌମ୍ୟ ରଞ୍ଜନ ଜେନା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଇଂ ମଧୁସ୍ମିତା ବେହେରା , ଇଂ ରଶ୍ମିରଞ୍ଜନ ମିଶ୍ର , ଇଂ ଦୀପକ ରାଉତ , ପ୍ରମୁଖ ପରିଚାଳନା କରିଥିଲେ l

Most Popular

To Top