ବିଶେଷ

ଆମ ଅଞ୍ଚଳର ବିଶ୍ମୟ ବାଳକ ‘ଆରିନ୍’

ଚଳିତ ବର୍ଷର ପ୍ରଥମ ଭାଇରାଲ୍ ଭିଡ଼ିଓ । ୨୬ ଜାନୁୟାରୀ ସେଲିବ୍ରେସନ୍ ଭାଷଣ ପ୍ରସ୍ତୁତିର ଏହି ଭିଡ଼ିଓଟି ବେସ୍ ଚମତ୍କାର ହୋଇଛି । ବାଲିଅନ୍ତା ବ୍ଳକ ମହୁଖଣ୍ଡା ଗ୍ରାମର ଆରିନ୍ ପ୍ରଧାନ ମହୁଖଣ୍ଡା ଅଙ୍କନୱାଡି କେନ୍ଦ୍ରରେ ପଢନ୍ତି । ଆରିନ୍ ଙ୍କୁ ବୟସ ମାତ୍ର ଚାରି ବର୍ଷ | ମାତ୍ର ତାଙ୍କ ଭାଷଣ ଶୁଣିଲେ ଯେ କେହି ଚକିତ ହୋଇଯିବ ।

ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଲାଲ୍‌ ବାହାଦୂର ଶାସ୍ତ୍ରୀ, ସର୍ଦାର ବଲ୍ଲଭଭାଇ ପଟେଲ୍‌ ଏମିତି ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କର ବିଷୟ ରେ ଭାଷଣ ଦେଉଛନ୍ତି ଆରିନ୍ । ଅଙ୍ଗନୱାଡି କେନ୍ଦ୍ରର ଦିଦି ଏବଂ ଆରିନ୍ ଙ୍କ ମାଉସୀ କ୍ଷୀରୋଦବାଳା ସିଂସାମନ୍ତ ଆରିନ୍ ଙ୍କୁ ଭାଷଣ ଦେବାପାଇଁ ପ୍ରସ୍ତୁତ କରିଛନ୍ତି । ଆରିନ୍ ଙ୍କର ଏହି ଭିଡ଼ିଓଙ୍କୁ ସମସ୍ତେ ପସନ୍ଦ କରିବା ସହ ଏହି ଭିଡ଼ିଓଟି ଭାଇରାଲ୍‌ ହେବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

5 × two =

Most Popular

To Top