ଗ୍ରାମୀଣ ଓଡିଶା

ଇମିଟେସନ୍ କୁ ବି ନିସ୍ତାର ନାହିଁ

ସୁନା ନାରୀଙ୍କ ଭୂଷଣ।କିନ୍ତୁ ଏବେ ରାସ୍ତା ଘାଟରେ ଲୁଟେରାଙ୍କ ଉତ୍ପାତ କାରଣରୁ ତାହା ଏବେ ବ୍ୟାଙ୍କ ଲକରରେ ଅଥବା ଘରର ଗଡ଼ରେଜ୍ ଭିତରେ ରହୁଛି। ସୁନା ବଦଳରେ ଇମିଟେସନ୍ ଗହଣା ଏବେ ସୁନା ସ୍ଥାନ ଅକ୍ତିଆର କରି ସାରିଲାଣି। ତେବେ ଇମିଟେସନ୍ ପିନ୍ଧିଲେବି ନିସ୍ତାର ନାହିଁ। କାରଣ ଇମିଟେସନ୍ ସୁନାର ଚମକ ଠାରୁ ଅଧିକ। ଯେଉଁଥିପାଇଁ ଲୁଟେରା ମାନେ ଇମିଟେସନ୍ କୁ ସୁନା ଭାବି ଲୁଟ୍ କରୁଛନ୍ତି। କିନ୍ତୁ ଲୁଟ୍ ସମୟର ଆକ୍ରମଣରେ ଘାୟଲ ହେଉଛନ୍ତି ମହିଳା। ଆଜି ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାଞ୍ଚଳରେ। ଏହି ଅଞ୍ଚଳର ବାଗଲପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାନ୍ତି ସ୍କୁଲ ଯାଉଥିବା ସମୟରେ ଲୁଟେରାଙ୍କ ଲୁଟ୍ ର ଶିକାର ହୋଇଛନ୍ତି। ଲୁଟେରା ତାଙ୍କ ଇମିଟେସନ୍ ଗହଣା ଲୁଟ୍ କରିଥିବା ବେଳ ଆକ୍ରମଣରେ ରାସ୍ତାରେ ପଡିଯାଇ ଶିକ୍ଷୟତ୍ରୀ ଜଣକ ଆହତ ହୋଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

nineteen − thirteen =

Most Popular

To Top