ଧର୍ମ

ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ଭାଷାର କୌଣସି ସମସ୍ୟା ନାହିଁ

ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ଭାଷାର କୌଣସି ସମସ୍ୟା ନାହିଁ ।ଵିଦ୍ଵତା, ପାଣ୍ଡିତ୍ୟ, ଶାସ୍ତ୍ରୀୟ ଜ୍ଞାନର ଆବଶ୍ୟକତା ନାହିଁ । ଈଶ୍ୱର ସବୁ ପ୍ରକାର ଭାଷା ଜାଣନ୍ତି । ଯିଏ ଯେଉଁ ଭାଷାରେ ଡାକେ ସେ ସେହି ଭାଷାରେ ତାର ଉତ୍ତର ଦିଅନ୍ତି । ମାଆ ତାର ପିଲାର ଭାଷା ବୁଝେ ଓ ତାର ସଂକେତ ମଧ୍ୟ ହୃଦୟଙ୍ଗମ କରିପାରେ !ପରମେଶ୍ୱର ଆମ୍ଭ ସମସ୍ତଙ୍କର ମାଆ ଅଟନ୍ତି ।ତାଙ୍କ ସନ୍ତାନମାନେ ଯେଉଁ ଭାଷାରେ ଡାକିଲେ ତାକୁ ସେ ଶୁଣିବେ ଏବଂ ବୁଝିପାରିବେ । କିନ୍ତୁ ଏ ଭାଷା ଆମ ହୃଦୟ କନ୍ଦରରୁ ନିର୍ଗତହେବା ଆବଶ୍ୟକ । ସେ ହୃଦୟର ଭାଷା ବୁଝି ପାରୁଥିବାରୁ ଯିଏ ଯେଉଁ ଭାଷାରେ ଡାକିଲେ ମଧ୍ୟ କିଛି ଯାଏ ଆସେ ନାହିଁ ।

Most Popular

To Top