ବିଶେଷ

ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଳୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ଦ୍ୱାରା ମିଳିଥିବା ଏହି ସୂଚନା ଅନୁସାରେ ଦେଶର ସର୍ବବୃହତ ଏହି ହସ୍ପିଟାଲର ଟ୍ରୋମା ସେଣ୍ଟରରେ ଲାଗିଛି ନିଆଁ । ନିଆଁକୁ ଲିଭାଇବା ପାଇଁ ୬ଟି ଦମକଳବାହିନୀ ପହଞ୍ଚିଛି । ସୂଚନା ଅନୁସାରେ ଏମ୍ସର ତଳ ମହଲାରେ ନିଆଁ ଲାଗିଛି । ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ମଧ୍ୟ ହସ୍ପିଟାଲର ଭିତର ବାହାରକୁ ଯିବା ପାଇଁ ମନା କରାଯାଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି ।

Click to comment

Leave a Reply

Your email address will not be published. Required fields are marked *

13 + sixteen =

Most Popular

To Top