ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ରାଜ୍ୟ

ଓଟିଏମ୍ ର ଲୁହ


ଶିିବବ୍ରତ ଦାସଙ୍କ ରିପୋର୍ଟ

ରାତିର ନୀରବତା ଭିତରେ ତାର ସେ ଗୁମୁରୀ ଗୁମୁରୀ କାନ୍ଦୁଛି । ତାର ସେ କାନ୍ଦଣାର ସ୍ୱର ପହଞ୍ଚି ପାରୁନି କାହାରି ପାଖରେ । ଯିଏ ତାକୁ ଜୀବନ୍ୟାସ ଦେଇଥିଲା ସେ ଆଜି ଆରପାରୀରେ । ଏମିତିରେ ପିତାଙ୍କ ସୁକୃତକୁ ବଜାୟ ରଖିବା ପୁଅର କର୍ତ୍ତବ୍ୟ ହୋଇଥିଲେ ବି ସେଥିରେ ବ୍ୟତିକ୍ରମ ହେଲା ।
ବଞ୍ଚାଇ ରଖିବାତ ଦୁରର କଥା ତାର ବିନାଶ ପାଇଁ ସ୍ୱକୃତି ଦେଇଦେଲେ ।
ଆମେ କହୁଛୁ ଓଡିଶା କାହିଁକି ପୁର୍ବ ଭାରତର ଏକମାତ୍ର ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାନ ଓଟିଏମ୍ କଥା ।

ଓଡ଼ିଶାର ମାନଚିତ୍ରରେ ପ୍ରଥମ ଶିଳ୍ପ ନଗରୀର ଆଖ୍ୟା ପାଇଥିବା ଚୌଦ୍ୱାର ଆଜି ଶ୍ରୀହିନ । ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ଚେଷ୍ଟାରେ ସମୃଦ୍ଧ ହୋଇଥିବା ଚୌଦ୍ୱାର ଶିଳ୍ପାଞ୍ଚଳକୁ ତାଙ୍କର ଭଲ ପାଇବାର ପ୍ରମାଣ ଥିଲା ଓ.ଟି.ଏମ୍ ।
ଏକଦା ଓଡ଼ିଶାର ପ୍ରଥମ ବୃହତ୍ ତଥା ପୂର୍ବ ଭାରତର ଏକମାତ୍ର ପୂର୍ଣ୍ଣାଙ୍ଗ ସମନ୍ୱିତ ବୟନ ଶିଳ୍ପ ଓଡ଼ିଶା ଟେକ୍ସଟାଇଲ୍ସ୍କୁ ରାଜ୍ୟ ସରକାର ସମୂର୍ଣ୍ଣ ରୂପେ ବନ୍ଦ କରିଦେଲେ । ସରକାରଙ୍କ ଏପରି ନିଷ୍ପତିଯୋଗୁଁ ଅନ୍ଧାରକୁ ଚାଲିଗଲା ଶହଶହ ଶ୍ରମିକଙ୍କ ଭାଗ୍ୟ । ସ୍ୱେଚ୍ଛାକୃତ ଅବସର ମାଧ୍ୟମରେ କେବଳ ଗ୍ରାଚ୍ୟୁଟି ଓ ଲିଭ୍ ସାଲାରି ଗଣ୍ଡାକ ଧରାଇ ଦେଇ ସରକାର ନିଜର ଦାୟିତ୍ୱ ସାରିଦେଲେ । ଅନ୍ୟାନ୍ୟ ଦାବୀ ସମ୍ପର୍କରେ ଯଥାର୍ଥ ଆକଳନ କରାଗଲା ନାହିଁ ।

ଶ୍ରମିକ ମାନେ କ୍ରମଶଃ ଚରମ ଅସହାୟତା ଭିତରକୁ ଠେଲି ହୋଇଗଲେ । ଖାଲି ଶ୍ରମିକ ମାନଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇ ଗଲାନାହିଁ ବରଂ ଏତେବଡ ବୃହତ ଶିଳ୍ପକେନ୍ଦ୍ରରେ ତାଲା ପଡିଗଲା ।
କ୍ରମଶଃ ଓଟିଏମ୍ ଏବେ ଏକ ଭୁତ କୋଠୀରେ ପରିଣତ ହେଲାଣି । ଚୌଦ୍ୱାର ବଜାର ଉପରେ ଠିଆ ହୋଇଥିବା ଏହି ଶିଳ୍ପକେନ୍ଦ୍ରକୁ ଦେଖିଲେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଶିଳ୍ପାୟନ ଚିନ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ଓଟିଏମ୍ର ପୁନଋଦ୍ଧାର କଣ ସମ୍ଭବ ନୁହେଁ? ଏପରି ପ୍ରଶ୍ନର ଉତ୍ତର କେବଳ ସରକାରହିଁ ଦେଇ ପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top