ଅବିଭକ୍ତ କଟକ

କଂଗ୍ରେସର ବାଙ୍କୀ ବନ୍ଦ ଡାକରା

କଟକ ଜିଲ୍ଲା ବାଙ୍କୀର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାକୁ ଦୀର୍ଘ ୯ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ମୁଖ୍ୟ କାର୍ପଟଦାର ମାନଙ୍କୁ ଧରିବାରେ ବିଫଳ ରହିଛି।ଯାହାକୁ ପ୍ରତିବାଦ କରି ବାଙ୍କୀ କଂଗ୍ରେସ ପକ୍ଷରୁ ବାରମ୍ବାର କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକ ଙ୍କ ପର୍ଯ୍ୟନ୍ତ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ଦାବୀ କରି ଆସୁଥିବା ବେଳେ ଅଧ୍ୟାବଧି ବାଙ୍କୀ ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରିବାରେ ବଫଳ ହୋଇଛି। ଯାହାକୁ ପ୍ରତିବାଦ କରି ଆସନ୍ତା ୨୯ ତାରିଖରେ ବାଙ୍କୀ ବନ୍ଦ ଡାକରା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଙ୍କୀ ର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ।

ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ବାଙ୍କୀ ଭଳି ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦିନ ଦ୍ବିପହରେ ଗୋଡାଇ ଗୋଡାଇ ହାଣିବା ଭଳି ଘଟଣା ଘଟିବା ବାଙ୍କୀ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କୁ ଆଙ୍ଗୁଳି ନିର୍ଦେଶ କରୁଛି ତେବେ ଏଠି ସାଧାରଣ ଲୋକ କେତେ ସୁରକ୍ଷିତ ଏବଂ ପୋଲିସ କୁ ଅପରାଧିମାନେ ଭୟ କରୁନଥିବାରୁ ଦିନକୁ ଦିନ ଏଭଲି ଅମାନୁଷିକ ଘଟଣା ବଢିବାରେ ଲାଗିଛି ଏବଂ ଘଟଣା ଘଟାଇ ଅଭିଯୁକ୍ତ ମାନେ ଖୋଲା ଆକାଶ ତଳେ ଖୁଲୁମଖୁଲା ବୁଲୁଛନ୍ତି ।

ଯାହାକୁ ନେଇ ଶ୍ରୀ ପଟ୍ଟନାୟକ ପୋଲିସ ର ପାରିବାପଣିଆ ଉପରେ କଟାକ୍ଷ କରିବା ସହିତ ଦୁଇ ମୃତକଙ୍କୁ ନ୍ୟାୟ ଦେବାପାଇଁ ସବୁସ୍ତରକୁ ଯିବେ ବୋଲି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ten − 8 =

Most Popular

To Top