ଅବିଭକ୍ତ କଟକ

କଟକକରେ ଭଷାଣୀ (ଏମ୍.ଭରତଙ୍କ ରିପୋର୍ଟ)

ଜଗତଜନନୀ ମା ଦୁର୍ଗାଙ୍କ ଭଷାଣି ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ କୋଭିଡି ନିୟମ ଅନୁଯାୟୀ ପାଳିତ ହେଉଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଭଷାଣି ଶୋଭାଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ମା ଦୁର୍ଗାଙ୍କ ମୂର୍ତ୍ତି ବିଷର୍ଜନ ପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୪ଟି କୃତ୍ରିମ ପୋଖରୀ କରାଯାଇଛି । ସହରର ସମସ୍ତ ପୂଜା ମଣ୍ଡପ ର ମୂର୍ତ୍ତି ସକାଳ ୧୦ ଟା ଠାରୁ ଅପରାହ୍ନ ୬ଟା ପଯ୍ୟନ୍ତ ମୋଟ ୪ ଟି ପର୍ଯ୍ୟାୟରେ ବିଷର୍ଜନ କରାଯିବ । ଚଳିତ ବର୍ଷ ଭଷାଣ ପାଇଁ ସମସ୍ତ ମୂର୍ତ୍ତି ଗୁଡିକୁ ଚେଚିଶ ବଦଳରେ ଗାଡି ରେ ନିଆଯାଉଛି । କୋଭିଡ କଟକଣା ପାଇଁ କୌଣସି ମୂର୍ତ୍ତି  ଏଥର ସାହି ପରିକ୍ରମା କରୁ ନାହାନ୍ତି । ମୂର୍ତ୍ତି ବିଷର୍ଜନ ସମୟରେ ୭ଜଣରୁ ଅଧିକ ଲୋକ ନାହାନ୍ତି। ପୋଲିସ ଏସ୍କଟ ରେ ମୂର୍ତ୍ତି ବିଷର୍ଜନ କରାଯାଉଛି ।

ଭିଡ଼ିଓ ଖବର

Most Popular

To Top