ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

କଟକ:କରୋନା ମୁକାବବିଲା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଗଣମାଧ୍ୟମକୁ ସୂଚନା

କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଏବଂ ପ୍ରତିହତ ନିମନ୍ତେ ନିଯାଉଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ,ସିଏମସି କମିଶନର ଅନନ୍ୟା ଦାସ ଏବଂ ଡିସିପି ଶ୍ରୀ ଆଖିଲେଶ୍ଵର ସିଂ ଗଣମାଧ୍ୟମକୁ ସୂଚନା ଦେବା ସହ ସମସ୍ତ ଗଣମାଧ୍ୟମ ଜରିଆରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ସୂଚିତ କରିବା ଏବଂ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ବିଶେଷତଃ କରୋନା ସଂକ୍ରମଣ ମୁକାବିଲା ସମ୍ୱନ୍ଧୀୟ ଚିକିତ୍ସାସେବା ଓ ବିଭିନ୍ନ ଜନହିତକର ସରକାରୀ ସହାୟତା ସେବା ଆଦି କାର୍ଯ୍ୟକୁ ଜିଲ୍ଲାରେ ବ୍ୟାପକ କରାଯାଇଛି। ଜିଲ୍ଲାର ଗ୍ରାମପଞ୍ଚାୟତ ମାନଙ୍କରେ ଆଜି ପର୍ଯ୍ୟନ୍ତ ୩୭୩ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଏବଂ ପୌରାଞ୍ଚଳ ମାନଙ୍କରେ୧୬ ଟି ଆସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଦ୍ୟାବଧି ତିନି ଲକ୍ଷ ସତଚାଲିଷ ହଜ଼ାର ନ’ଶହ (୩,୪୭,୯୦୦) ହିତାଧିକାରୀଙ୍କୁ ସାମାଜିକ ଦୂରତା ରକ୍ଷା କରି ୫୪,୫୫୩ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ୧୯୫ ଗ୍ରାମ ପଂଚାୟତ ଏବଂ ୪ଟି ପୌରାଞ୍ଚଳ ରେ ଯଥାକ୍ରମେ ଏକ ଲକ୍ଷ ତେତିଷ ହଜ଼ାର ସାତ ଶହ ତେୟାଶୀ (୧,୩୩,୭୮୩)ଜଣ ଏବଂ ପନ୍ଦର ହଜ଼ାର ଛ ଶହ ଷୋହଳ (୧୫,୬୧୬)ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।ସାମାଜିକ ସୁରକ୍ଷା ପେନସନ ଯୋଜନାରେ ଦୁଇ ଲକ୍ଷ ଷାଠିଏ ହଜ଼ାର (୨,୬୦,୦୦୦) ହିତାଧିକାରୀଙ୍କ ଙ୍କୁ ଟ ୫୪,୩୭୨୩,୨୦୦ଙ୍କା ଭତ୍ତା ପ୍ରଦାନ କରାଯାଇଛି। ଉଭୟ ଏସ ସି ବି ଓ ଅଶ୍ୱିନୀ ଟ୍ରମା ହସ୍ପିଟାଲ ଠାରେ ସ୍ୱତନ୍ତ୍ରକୋଭିଡ଼ ଚିକିତ୍ସାସେବା ଉପଲବ୍ଧ ସମ୍ବନ୍ଧରେ ସୂଚନା ଦେଇ ବର୍ତମାନ ପର୍ଯ୍ୟନ୍ତ ୧୯ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top