ଅବିଭକ୍ତ କଟକ

କଟକ:ଜଗତପୁରରୁ ବିପୁଳ ଗଞ୍ଜେଇ ସହ ୨ଗିରଫ

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୁ ବଡ଼ ସଫଳତା। ୩ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ କାର କୁ ମଧ୍ୟ ଜବତ କରାଯାଇଛି।


ସୂଚନାନୁସାରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ର କର୍ମଚାରୀ ମାନେ ଜଗତପୁର ରୁ ଚଣ୍ଡିଖୋଲ ମଧ୍ୟରେ ପାଟ୍ରୋଲିଂ କରୁଥିବା ସମୟରେ ହତାତ୍ ଏକ କାର ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ଏହାପରେ ଗାଡିକୁ ତଲାସୀ କରିବା ପରେ ତା ଭିତରୁ ୩୦ କେଜି ଗଞ୍ଜେଇ ଜବତ ହୋଇଥିଲା।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି। ଉଭୟଙ୍କ ଘର ଯଥାକ୍ରମେ କଟକ ବିଡ଼ାନାସି ଅଞ୍ଚଳରେ ଓ କିଶନ ନଗର ଅଞ୍ଚଳରେ।

Most Popular

To Top