ଅବିଭକ୍ତ କଟକ

କଟକ:ଜିଲ୍ଲାପାଳ ନେଲେ କୋଭିଡ଼୍ ଟିକା

ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରେ ରାଜସ୍ବ ଅଧିକାରୀ ତଥା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହି ଅବସରରେ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ନିଜେ କାର୍ଯ୍ୟାଳୟରେ ଉପସ୍ଥିତ ରହି ଟୀକା ଗ୍ରହଣ କରିବା ସହ ଅନ୍ୟାନ୍ୟ ଅଧିକାରୀ ମାନେ ଟୀକା ନେଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସତ୍ୟବ୍ରତ ଛୋଟରାୟ,ଡ଼ା ଉମେଶ ରାୟ, ଡ଼ା ରାଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସାମୁହିକ କରୋନା ଯୋଦ୍ଧା ବାବେ ବିବେଚିତ ହୋଇଥିବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ଯଥା ସମ୍ଭବ ଟୀକା ଗ୍ରହଣ କରିବାରେ ସହଯୋଗ କରି ନିର୍ଧାରିତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଶେଷ କରାଯିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ଜିଲ୍ଳାପାଳ କାର୍ଯ୍ୟାଳୟ ତରଫରୁ ସହକାରୀ ଜିଲ୍ଳାପାଳ ଅଳକାରାଣୀ ଦେବତା ଟୀକାକରଣ ସମୟରେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଉପସ୍ଥିତ ରହି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସେହିପରି ଆଜି ସି ଏମ ସି କଲ୍ୟାଣ ମଣ୍ଡପ ଠାରେ ସି ଏମ ସି କମିଶନର ଅନନ୍ୟା ଦାସ ସି ଏମ ସି ଅଧିକାରୀ ମାନଙ୍କ ସହ କରୋନା ଟୀକା ଗ୍ରହଣ କରିଥିଲେ।

Most Popular

To Top