ଅବିଭକ୍ତ କଟକ

କଟକଣା ଭିତରେ ଆରମ୍ଭ ହେଲା କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା

ଶୋଭନ ଆଚାର୍ଯ୍ଯ : କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ର ଐତିହାସିକ ଗଜଲଷ୍ମୀ ପୂଜା l ଆଜି ପୂଜା ମଣ୍ଡପ ଗୁଡିକରେ ଘଟ ସ୍ଥାପନ କରାଯାଇ ମା ଲକ୍ଷ୍ମୀ ଙ୍କୁ ଚକ୍ଷୁ ଦାନ କରାଯିବ l ଚଳିତ ବର୍ଷ ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୬୭ ଗୋଟି ମଣ୍ଡପରେ ଗଜଲଷ୍ମୀ ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି l ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ପୂଜା ବଜାର୍ ଫିକା ପଡି ଯାଇଛି l ନିୟମ ଅନୁଯାୟୀ ୪ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରିକରାଇଥିବା ବେଳେ ପୂଜା ମଣ୍ଡପରେ ମାତ୍ର ୭ ଜଣ ଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି l ସେହପରି ମଣ୍ଡପର ତିନି ପାର୍ଶ୍ୱ ଆବଦ୍ଧ କରିବା ପାଇଁ ମଧ୍ଯ ନିର୍ଦେଶ ଦିଆଯାଇଛି l ପୂଜା ସମୟରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ନାହିଁ l କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଗଜଲକ୍ଷ୍ମୀ ମେଳଣ ଓ ଭସାଣ ଉତ୍ସବ ଆୟୋଜନ କୁ ବନ୍ଦ କରିଦିଆଯାଇଛି l ପୂଜା ସମୟରେ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରାୟ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି l

Most Popular

To Top