ରାଜ୍ୟ

କଟକ ଏସ୍ ସି ବିରେ ପହଞ୍ଚିଲେ ବ୍ରହ୍ମପୁର ବସ୍ ଦୁର୍ଘଟଣା ଆହତ

ବ୍ରହ୍ମପୁର ବସ ରେ କରେଣ୍ଟ ଆଘାତରେ ଗୁରୁତର ଆହତ ମାନଙ୍କ ଚିକିତ୍ସା ପାଇଁ ଏସସିବିକୁ ସମ୍ପୂର୍ଣ ପ୍ରସ୍ତୁତୁ କରାଯାଇଛି।ଟ୍ରମା ୱାର୍ଡ ର ୧୦ ଟି ବେଡ଼ ପ୍ରସ୍ତୁତ କରାଯିବ ସହିତ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି ବୋଲି ଏସସିବି ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।ପ୍ଲାଷ୍ଟିକ ସର୍ଜରି, ସର୍ଜରି,ନିଶ୍ଚେତକ,ମେଡ଼ିସିନ, ପାଳମୁନାରୀ ମେଡ଼ିସିନ ବିଭାଗ ଡାକ୍ତର କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଇତିମଧ୍ୟରେ ଗୁରୁତର ଆହତ ମାନେ ଏସ୍ ସି ବିରେ ପହଞ୍ଚିବାରେ ଲାଗିଲେଣି।ସୂଚନାଯୋଗ୍ୟ ୧୧ କେଭି ବିଦ୍ୟୁତ ତାରରେ ଏକ ବରଯାତ୍ରୀ ବସରେ ଲାଗିଯିବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାର କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି। ।

Click to comment

Leave a Reply

Your email address will not be published. Required fields are marked *

10 + fifteen =

Most Popular

To Top