ଅବିଭକ୍ତ କଟକ

କଟକ: ଏସ ସି ବି, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, ଶିଶୁ ଭବନ ଓ ସିଟି ମେଡ଼ିକାଲ,ସମୂହ ସାନିଟାଇଜେସନ ଓ ସଫେଇ ହେଲା

କଟକରେ କରନା ସଂକ୍ରମଣ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ପୂର୍ବାହ୍ନରେ ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ସହରର ଏସ ସି ବି ମେଡିକାଲ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର,
ଶିଶୁ ଭବନ,ସିଟି ହସ୍ପିଟାଲସ ମାନଙ୍କଠାରେ ଜୀବାଣୁ ନାଶକ ପାଇଁ ସାନିଟାଇଜେସନ ଓ ସଫେଇ କାର୍ଯ୍ୟ କରାଯାଇଛି। ଅଗ୍ନିଶମ ବିଭାଗର ୬ଟି ଗାଡି ବ୍ୟବହାର କରାଯାଇ ତାଙ୍କର କର୍ମଚାରୀ ମାନଙ୍କ ଦ୍ୱାରା ସମସ୍ତ ହସ୍ପିଟାଲ ପରିସର ଓ ରାସ୍ତା ଗୁଡିକରେ ଏହି ସଫେଇ ଓ ଜୀବାଣୁ ନାଶକ କାର୍ଯ୍ୟକ୍ରମ କରାଯାଇଛି।

ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଅଗ୍ନିଶମ ସେବାର ମହା ନିର୍ଦ୍ଦେଶକଙ୍କ ଓ ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ସହିତ ଆଲୋଚନା ପରେ ଆଜି ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ଏସ.ସି.ବି ଅଧିକ୍ଷକ ଡ଼ା ଅନ୍ନଦା ପଟ୍ଟନାୟକ,ଏସ ସି ବି ପ୍ରଶାସନିକ ଅଧିକାରୀ,ଶ୍ରୀ କଳ୍ପତରୁ ବେହେରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଢଙ୍ଗୀ, ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ଅବନି କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏହି କାର୍ଯ୍ୟ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ।

Most Popular

To Top