ଅବିଭକ୍ତ କଟକ

କଟକ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକ୍ ଡ଼୍ରିଲ୍

ଆଜି ପୂର୍ବାହ୍ନ ୧୧ଟା ସମୟରେ ବନ୍ୟା ବାତ୍ୟା ବିପର୍ଯୟ ମୁକାବିଲା ଜନିତ ପଦକ୍ଷେପ ସ୍ୱରୂପ ବୈଠକ ଜରିଆରେ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ କୋଭିଡ -୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ ଓ ତହସିଲଦାର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିପର୍ଯୟ ଜନିତ ବନ୍ୟା ବାତ୍ୟା ମୁକାବିଲା ତଥା ଆଗାମୀ ବର୍ଷା ଋତୁରେ ଜଳ ନିଷ୍କାସନ ସମସ୍ୟା ପାଇଁ ନିଜର ପ୍ରସ୍ତୁତି ତଥା ଆବଶ୍ୟକ ପଦକ୍ଷେପ ଓ ଜରୁରୀ ସେବା ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋଚନା କରିଥିଲେ। ସେହିପରି ଅନୁରୂପ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ଣ ଚନ୍ଦ୍ର ମିଶ୍ର ରେଡ଼କ୍ରୋସ ସମ୍ମିଳନୀ କକ୍ଷରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ବୈଠକ ମାଧ୍ୟମରେ ଏହି ମକଡ୍ରିଲ କାର୍ଯ୍ୟକ୍ରମ କରିଥିଲେ। କୋଭିଡ ନିୟମାବଳୀ ଅନୁଯାୟୀ ନିଜକୁ କିପରି ପ୍ରସ୍ତୃତ କରି ଏ ସମସ୍ତ ର ମୁକାବିଲା କରିହେବ ସେ ଦିଗରେ ଆଲୋଚନା କରାଯାଇଥିଲା। ଯେଉଁ ଗାଁ ଅଞ୍ଚଳମାନଙ୍କରେ ଏହି ସମସ୍ୟା ଉପିଯିବାର ଆଶା କରାଯାଉଛି ସେସବୁ ଅଞ୍ଚଳର ଏକ ସୂଚୀତାଲିକା କରାଯାଇ ଜରୁରୀ ସେବା ନିମନ୍ତେ ଯୋଗାଯୋଗ ନଂ, ଅଧିକାରୀ ସମ୍ପୃକ୍ତଙ୍କ ରହିବାସହ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ପ୍ରଦୀପ ତ୍ରିପାଠୀ ବୈଠକରେ ପ୍ରକାଶ କରିଛନ୍ତି। ଏହି ମକଡ୍ରିଲ କାର୍ଯ୍ୟକ୍ରମ ସମସ୍ତ ୧୪ଟି ବ୍ଲକ ମହକୁମା ଏବଂ୧୫ ଟି ବାତ୍ୟାସ୍ଥଳୀ, କୟଳପଡା,ଟାଙ୍ଗୀ ଚୌଦ୍ୱାର ଅଂଚଳକର ଉଦ୍ଧାର ସ୍ବେଛାସେବୀ ସଂଗଠନ,ସେଣ୍ଟ ଜନସ ଆମ୍ବୁଲାନ୍ସ, ସିଭିଲ ଡିଫେନ୍ସ ଭଲୁଣ୍ଟେଏର୍ସ ମାନଙ୍କ ସହାୟତାରେ କରା ଯାଇଥିଲା। ଓସଡ଼ମାର ସାଧାରଣ ପରିଚାଳକ ଶ୍ରୀମତୀ ସୁସ୍ମିତା ବେହେରା ଅବସର୍ବର ଭାବେ ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।

Most Popular

To Top