ଅବିଭକ୍ତ କଟକ

କଟକ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ

୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପୋଲସି ବ୍ୟାଣ୍ଡ,ଗୃହରକ୍ଷୀ ଓ ଏ ପି ଆର ବହିନୀଙ୍କ ଠାରୁ ସଲାମୀ ସହିତ ଅଭିବାଦନ ଗ୍ରହଣ କରି ଅଭିଭାଷଣ ପ୍ରଦାନ କରିଥିଲେ।ବିଶେଷକରି ସ୍ୱାଧୀନତା ସଂଗ୍ରାମରରେ କଟକର ଭୂମିକା ଓ ଐତିହ୍ୟ ପରମ୍ପରାକୁ ମନ୍ତ୍ରୀ ମନେପକାଇବା ସହ ସ୍ୱାଧୀନତା ଆନ୍ଦୋଳନ ପାଇଁ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମହାପୁରୁଷ ମାନଙ୍କର ଅବଦାନ ଅତୁଳନୀୟ ବୋଲି ବିବେଚନା କରିବା ସହିତ ଗାନ୍ଧିଜୀଙ୍କ ଆଗମନ, କଟକରେ ରହଣି ସମୟରେ ଗାନ୍ଧିଜୀଙ୍କ ପ୍ରେରଣାରେ ସ୍ୱାଧୀନତା ପାଇଁ ଲଢେ଼ଇ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କରୋନା ମହାମାରୀକୁୁ ରାଜ୍ୟ ସରକାର ଦକ୍ଷତାର ସହିତ ମୁକାବିଲା କରିପାରୁଛନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ।
ସାମାଜିକ ଦୂରତା, ମାସ୍କ ପରିଧାନ ଓ କୋଭିଡ କଟକଣା ଜନିତ ସରକାରୀ ନିୟମ ଅନୁସାରେ ସ୍ୱଳ୍ପ ସଂଖ୍ୟକ ଅତିଥି ଓ ନିମନ୍ତ୍ରିତ କରନା ଯୋଦ୍ଧାଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଛି। ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ କଟକ ଜିଲ୍ଲାରେ କରୋନା ମହାମାରୀ ମୁକାବିଲା ନିମନ୍ତେ ତଥା ପ୍ଲାଜମା ଦାନ କରି ଜୀବନ ବଞ୍ଚାଇ ଥିବା କୋଭିଡ ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ,ସଫେଇ କର୍ମୀ, ଅଗ୍ନିଶମ,ନିରାପତ୍ତା ଓ ପୋଲିସ କର୍ମୀ ଆଦିଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ସମ୍ମାନ ସ୍ୱରୂପ ସମ୍ବର୍ଦ୍ଧନା ମାନମାତ୍ର,ଉତ୍ତରୀ ଏବଂ ମେମେଣ୍ଟ ପ୍ରଦାନ କରାଯାଇଥିଲା।ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଓ ଡି ସି ପି ଶ୍ରୀ ପ୍ରତିକ ସିଂ ଅଭିବାଦନ ସମୟରେ ଡ଼ାୟାସରେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ,ପି ଡି, ଡି ଅର ଡି ଏ, ଅବଦଲ ଅଖତର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ,ଶ୍ରୀ ପୂର୍ଣ ଚନ୍ଦ୍ର ମିଶ୍ର,ସି ଡି ଏମ ଓ,ସଦର ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଢଙ୍ଗୀ ପରିଚାଳନା କରିଥିଲେ।

Most Popular

To Top