ଅବିଭକ୍ତ କଟକ

କଟକ: ବେଆଇନ ବନ୍ଧୁକ ବିକ୍ରୟ କରିବା ଅଭିଯୋଗରେ ଦୁଇ ଗିରଫ

କଟକ: ବେଆଇନ ବନ୍ଧୁକ ବିକ୍ରୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଚୌଦ୍ୱାର ଥାନା ପୋଲିସ। ବିରୂପା ନଦୀ କୂଳ ନିକଟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ଏମାନଙ୍କ ନିକଟରୁ ୨ ଟି ବନ୍ଧୁକ, ୨ ଟି ଗୁଳି, ୨୦୦ ଟଙ୍କା ଜବତ କରିଛି ପୋଲିସ। ତେବେ ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି ବାବୁଲି ମହାରଣା ଓ ସୋମନାଥ ମହାରଣା। ଉଭୟ ବାପ ଓ ପୁଅ ବୋଲି ପୋଲିସ ସୂଚନା ଦେଇଛନ୍ତି। ଏମାନେ ବେଆଇନ ଭାବେ ବନ୍ଧୁକ ବିକ୍ର କରନ୍ତି। ଏପରିକି ଅପରାଧୀଙ୍କୁ ବନ୍ଧୁକ ଯୋଗାଇ ଥାଆନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ବାପ ଓ ପୁଅ ବିରୋଧରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Most Popular

To Top