କିଏ ଅସଲି କିଏ ନକଲି। କଟକ ସହର ରେ ନକଲି ମସଲା ତିଆରି ତାଲିକା ରେ ସାମିଲ ହୋଇଯାଇଛି ଏବେ ହଳଦୀ,ଲଙ୍କା ଗୁଣ୍ଡ ପରି ଅତ୍ୟାବଶ୍ୟକ ସଉଦା ସାମଗ୍ରୀ। ନକଲି ମସଲା ତିଆରି କାରଖାନା ପୁଣି ଚାଲୁଥିଲା ମାଲଗୋଦାମ ପରି ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀରେ। ଵିଶେଷ ସୂତ୍ରରୁ ଖବର ପାଇ ଆଜି କଟକ ମହାନଗର ନିଗମ ର ଫୁଡ଼ ସେଫଟି ଅଧିକାରୀ, କମିସନରେଟ ପୋଲିସ ର ଟିମ ଆଜି ସେହି ଗୋଦାମ୍ ରେ ଚଢ଼ାଉ କରିଥିଲା। ନିମ୍ନମାନ ର ଅରୁଆ ଚାଉଳ, ହଳଦୀ, ଶୁଖିଲା ଲଙ୍କା ସହିତ ବିଭିନ୍ନ ପ୍ରକାର କେମିକାଲର ଅପମିଶ୍ରଣ କରି ହଳଦୀ ଓ ଲଙ୍କା ଗୁଣ୍ଡ ତିଆରି କରାଯାଉଥିଲା।

ଏହି ନକଲି କାରଖାନା ରୁ ଆଜି ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ସାମଗ୍ରୀ ଜବତ କରାଯିବା ସହିତ ମାନ ପରୀକ୍ଷା ପାଇଁ ଲ୍ୟାବ କୁ ପଠାଯାଇଛି। କାରଖାନା ମାଲିକ ଙ୍କ ସହ ଦୁଇ କର୍ମଚାରୀ ଙ୍କୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ। କ୍ୟାନ୍ସର ରୋଗ ସୃଷ୍ଟି କାରି କ୍ଷତିକାରକ କେମିକାଲ ଓ ରଙ୍ଗ ବ୍ୟବହାର କରି ଏହି ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା କହିଛନ୍ତି ଫୁଡ଼ ସେଫଟି ଅଧିକାରୀ
