ପୁଣି ସଟଡାଉନ ହେଲା କଟକ। କଟକ ସଟଡାଉନ ଘୋଷଣା ହେବା ସମ୍ପର୍କରେ ଡେପୁଟି କମିଶନର ଅବିନାଶ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତା କାଲି ୫ ତାରିଖ ଠାରୁ ଗୁରୁବାର ୯ତାରିଖ ମଧ୍ୟ ରାତ୍ରି ପର୍ଯନ୍ତ ସହରବାସୀ ଅତିଅଵଶ୍ୟକ ସାମଗ୍ରୀ ପାଇଁ ଚାଲିଚାଲି ଯାତାୟାତ କରିବେ।ଯାନବାହନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ମେଡିକାଲ କାଗଜପତ୍ର ଦର୍ଶାଇ ଯାନବାହାନ ବ୍ୟବହାର କରିହେବ।ନିୟମ ଉଲଂଘନକାରୀଙ୍କ ଉପରେ କଡା କଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବୋଲବମ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
