କଟକ ସଦର ଥାନା ଗୋପାଳପୁର ରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ। ଗୋପାଳପୁର ଜଗନ୍ନାଥବିହାର କଲୋନୀରେ ଏକ ଭଡା ଘରେ ରହୁଥିବା ନିମାପଡା ଅଞ୍ଚଳର ପ୍ରଭାସିନୀଙ୍କୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୁଚନା ମୁତାବକ ଭଡା ଘରକୁ ଭଡା ଟଙ୍କା ନେବାକୁ ଆସିଥିଲେ ଘର ମାଲିକ। ହେଲେ ପ୍ରଭାସିନୀ ଙ୍କ ମୃତଦେହ ପଡିଥିବା ଦେଖି ସଦର ଥାନାକୁ ଖବର ଦେଇଥିଲେ।

ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ୍ କୁ ପଠାଇ ଦେଇଛି। ତେବେ ଏଭଳି ଘଟଣା ଗୋପାଳପୁରରେ ପ୍ରଥମ ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି। କେହି ନିକଟର ଲୋକ ଯୋଜନାବଦ୍ଧ ଭାବେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା କହିଛନ୍ତି ପୁର୍ବତନ କର୍ପୋରେଟର। ତେବେ ସମ୍ପୃକ୍ତ ଘରେ ମହିଳା ଜଣକ ବିୟୁଟି ସ୍ପା ଖୋଲିଥିଲାବେଳେ ତାଙ୍କ ସ୍ୱାମୀ ଜଣେ ରାଜମିସ୍ତ୍ରୀ ଠିକାଦାର ବୋଲି ଜଣାପଡିଛି। ସ୍ୱାମୀ ବାହାରେ ରହୁଥିବା ବେଳେ ତାଙ୍କର ଗୋଟିଏ ଛୋଟ ଝିଅ ଟିଏ ଅଛି। ଅପରପଟେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭଉଣୀ। ପରକ୍ରିୟା ପ୍ରୀତି ଯୋଗୁଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ଏଭଳି ବିଭତ୍ସ କାଣ୍ଡ ଘଟାଇଲା ସେ ନେଇ ଅଧିକ ଖୋଳତାଡ଼ କରୁଛି ସଦର ଥାନା ପୋଲିସ୍।
