ଅବିଭକ୍ତ କଟକ

କଟକ: ସିଲଭର ସିଟିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗତିରାଉତ ପାଟଣାର ଏକ ଫାର୍ମରେ ଅନେକ ଦିନ ଧରି ଉକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି କଟକ ସିଡ଼ବ୍ଲ୍ୟୁସି ର କୋରଡିନେଟର ନାରାୟଣ ଶୁକ୍ଲା ଙ୍କ
କହିବା ଅନୁଯାୟୀ, ଘରୋଇ କହଳ ଯୋଗୁଁ ପୀଡିତା ନାବାଳିକା ଜଣଙ୍କ ଘରୁ କଟକ ପଳାଇ ଆସିଥିଲେ । କଟକରେ ନିଜ ଭଉଣୀ ଘରେ କିଛି ଦିନ ରହିବା ପରେ ଘରକୁ ଫେରୁଥିଲେ । ସ୍ଥାନୀୟ ଓଏମପି ଛକରେ ବସ ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଲୋଭନ ଦେଖାଇ ଏକ ଫାର୍ମ ହାଉସକୁ ନେଇଯାଇଥିଲେ । ସେଠାରେ ସମ୍ପୃକ୍ତ ଯୁବକ ଓ ତାଙ୍କ ସାଙ୍ଗମାନେ ନାବାଳିକାଙ୍କୁ ଅନେକ ଦିନ ଧରି ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏମିତି ଦୁଷ୍କର୍ମ ବେଳର ଭିଡ଼ିଓ ଉତ୍ତୋଳନ କରିଥିଲେ । ଖସିବାକୁ ଚେଷ୍ଟା କଲେ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ମଧ୍ୟ ଦେଉଥିଲେ ।
ତେବେ ନାବାଳିକା ଜଣଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଉଦ୍ଧାର ପରେ ସିଡବ୍ଲୁସିଙ୍କ ନିକଟରେ ଦୁଷ୍କର୍ମ ନେଇ ବୟାନ ଦେଇଛନ୍ତି ନାବାଳିକା । ବୟାନ ରେକର୍ଡ ପରେ ଚାଉଳିଆଗଞ୍ଜ ଥାନାରେ ଏକ ସିଡ଼ବ୍ଲ୍ୟୁୁସି ପକ୍ଷରୁ ଏକ ଏତଲା ଦିଆଯାଇଛି । ତେବେ ଏତଲା ପରେ ଏବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।

Most Popular

To Top