ଅବିଭକ୍ତ କଟକ

କଣ୍ଟାପଡା:କ୍ବାରେଣ୍ଟାଇନ୍ ଥିବା ପ୍ରବାସୀ କଟକ ସ୍ଥାନାନ୍ତର, ବେନିୟମ ଆଗନ୍ତୁକ ଗଲେ କ୍ବାରେଣ୍ଟାଇନ୍

କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଝାରପଡା କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ଥିବା ସୁରଟ ଫରନ୍ତାଙ୍କୁ ଆଜି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ କ୍ରମେ କଟକ ପଠାଇ ଦିଆଯାଇଛି। ଗତ ୪ତାରିଖରୁ ଏହି ପ୍ରବାସୀ ଯୁବକ ପଞ୍ଚାୟତ କ୍ବାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଥିଲେ। ଆଜି ଅସୁସ୍ଥ ଅନୁଭବ କରିବାରୁ ସରପଞ୍ଚ ସୁବାସ ଚନ୍ଦ୍ର ବିଶ୍ବାଳଙ୍କୁ ଜଣାଇଥିଲେ। ସରପଞ୍ଚ ଏ ସମ୍ପର୍କରେ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ପଠାଇ ଦିଆଯାଇଛି।ତେବେ ସେଠାରେ ସେ ସୁସ୍ଥ ଥିବା ଜଣାପଡିଛି। ସେହିପରି ଆଜି ସନ୍ଧ୍ୟା ସମୟରେ କଲିକତାର ହୁଗୁଳି ଅଞ୍ଚଳରେ ରହୁଥିବା ଏହି ପଞ୍ଚାୟତ ର ଅଞ୍ଚଳର ଜଣେ ବ୍ୟକ୍ତି ଲୁଚି ଛପି ନିଜ ଘରକୁ ଯାଉଥିବା ସମୟରେ ଲୋକଙ୍କ ହାତରେ ଧରାପଡିଥିଲେ।ପରେ ତାଙ୍କୁ ପଞ୍ଚାୟତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିବା ସରପଞ୍ଚ ଶ୍ରୀ ବିଶ୍ବଳ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

nineteen + seventeen =

Most Popular

To Top