ଅବିଭକ୍ତ କଟକ

କଣ୍ଟାପଡାରେ ଅପରେସନ କରୋନା: ଧରା ଦେଉଛି ଭୁତାଣୁ

କଣ୍ଟାପଡା ବ୍ଲକର ବିଭିନ୍ନ ସାହି ବସ୍ତିରେ ଲୁଚି ରହିଥିବା କରୋନା ଏବେ ପ୍ରଶାସନର କରୋନା ବିରୋଧୀ ଜାଲରେ ଆପେଆପେ ଧରାଦେଉଛି।କରୋନାକୁ ଏପରି ଧରାପକାଇବାରେ ସହଯୋଗ କରୁଛନ୍ତି ଅଞ୍ଚଳର ସଚେତନ ନାଗରିକ। ଇତିମଧ୍ୟରେ କଣ୍ଟାପଡା ବ୍ଲକର ୧୪ଟି ପଞ୍ଚାୟତରେ ଆରମ୍ଭ ହୋଇଥିବା ସମୂହ ସ୍ବାବ୍ ସଂଗ୍ରହ ଅଭିଯାନରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ସ୍ବାବ୍ ଦେଉଥିବା ବେଳେ କୋଉଠି କେମିତି ଲୁଚି ରହିଥିବା କରୋନା ଧରାପଡିଯାଉଛି। କରୋନା ଧରାପଡିବା ପରେ ସଂକ୍ରମଣ ରୋକିବା ପାଇଁ ଅମୋଘ ଅସ୍ତ୍ର ସଟ୍ ଡାଉନ୍ ଘୋଷଣା କରୁଛନ୍ତି ସରପଞ୍ଚ ମାନେ।ପୁର୍ବରୁ ପାଟସୁନ୍ଦରପୁର, ବାଗଲପୁରର ବିଭିନ୍ନ ଓ୍ବାର୍ଡ଼କୁ ସରପଞ୍ଚ ମାନେ ସଟ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ବ୍ରାହ୍ମଣସାଇଲୋ ପଞ୍ଚାୟତ ର ବିଭିନ୍ନ ଓ୍ବାର୍ଡ଼ ଓ ଛକ ବଜାରକୁ ସ୍ଥାନୀୟ ସରପଞ୍ଚ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଅନ୍ୟପଟେ ପ୍ରଶାସନ ମଧ୍ୟ ଅପରେସନ କରୋନା କୁ ଅଧିକ ଯୋରଦାର କରିଛି। ସଂକ୍ରମିତ ବ୍ୟକ୍ତି ଚିହ୍ନଟ ପରେ ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସ୍ଥାନୀୟ ଆଶା, ଅଙ୍ଗନବାଡି କର୍ମୀ,ମହିଳା ସ୍ବାସ୍ଥ୍ୟ କର୍ମୀ କିମ୍ବା ନିର୍ବାଚିତ ପ୍ରତିନିଧି ମାନଙ୍କ ମାଧ୍ୟମରେ ନାମ ପଞ୍ଜିକରଣ କରାଇ ନିଜକୁ,ପରିବାରକୁ ତଥା ଅଞ୍ଚଳକୁ କରୋନା ମୁକ୍ତ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Most Popular

To Top