ଅବିଭକ୍ତ କଟକ

କଣ୍ଟାପଡାରେ କରୋନା ଯୋଦ୍ଧାଙ୍କ ସମୂହ ଭୋଜୀଭାତ!

ସେତେବେଳେ ସମସ୍ତଙ୍କ ନଜର ଥିଲା ବୈଦ୍ୟୁତିକ ଗଣମାଧ୍ୟମରେ ଭାରତର ପ୍ରଧାନ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ମନ୍ତ୍ରୀ କେରାନା ଲକ୍ ଡାଉନ୍ ୦.୫କୁ ନେଇ ଦେଉଥିବା ବାର୍ତ୍ତା ଉପରେ । ପୁର୍ବର ଲକ୍ ଡାଉନ୍ ଠାରୁ ଅଧିକ ଜଟିଳ ମନେ ହେଉଥିଲା ଲକ୍ ଡାଉନ୍ ୦.୫ ବା ଅନ୍ ଲକ୍ ୦.୨ର ପ୍ରତିଟି ନୀୟମ । ଶାରିରୀକ ଦୁରତା ଓ ମାକ୍ସ ପିନ୍ଦିବା ବାଧ୍ୟତା ମୂଳକ କରିବା ସହ କୌଣସି ସଭା ସମିତିକୁ ଏକ ପ୍ରକାର ଅସିଦ୍ଧ ବୋଲି ବାରମ୍ବାର ପ୍ରସାରଣ ହେଉଥିଲା । ଯିଏ ଏପରି ନୀୟମକୁ ଉଲଂଘନ କରିବ ଜିରୋ ଟଲେରାନ୍ସ ବା ଶୁନ୍ୟ ସହନଶୀଳତା ନ୍ୟାୟରେ ତାଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯିବାର ଏକ ପ୍ରକାର କଠୋର ନିଷ୍ପତ୍ତି ଶୁଣାଇ ଦିଆ ଯାଉଥିଲା । ଏପରିକି ଦେଶର ପ୍ରଧାନ ମନ୍ତ୍ରୀଙ୍କ ଠାରୁ ସାଧାରଣ ନାଗରୀକ ପର୍ଯ୍ୟନନ୍ତ ସମସ୍ତଙ୍କ ପାଇଁ ଏପରି ନୀୟମ କଡାକଡି ବୋଲି ଚରମବାଣୀର ପ୍ରଚାର କରାଯାଉଥିଲା । ଠିକ୍ ସେତିକି ବେଳେ କଣ୍ଟାପଡା ବ୍ଲକରେ ଥିଲା ଏକ ଭିନ୍ନ ପରିବେଶ । ସବୁ ଚରମବାଣୀକୁ ଫୁ କରି ଉଡାଇ ଦେବା ସହ ସବୁ ନୀତି ନୀୟମକୁ ଜଳାଂଜଳୀ ଦେଇ ଯେଉଁମାନେ ଲୋକଙ୍କୁ ବୁଝାଇବା କଥା ସେମାନେ ନିଜେ ଅବୁଝା ହୋଇ ସମୂହ ଭୋଜୀଭାତରେ ଏକାଠି ହୋଇଥିଲେ । କେବଳ କର୍ମଚାରୀ କାହିଁକି ଏପରି ଭୋଜୀରେ ସାମିଲ ଥିଲେ ବରିଷ୍ଠ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବହୁ ପୁର୍ବତନ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ । ଗୋଟିଏ ପଟେ ବ୍ଲକ ପରିସରରେ ଭୋଜୀଭାତର ଆସର ଜମିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଅଡଶପୁର ପଞ୍ଚାୟତରେ ପରିବେଶ ଥିଲା ଭୟ ଓ ଆଶଙ୍କାର ବାତାବରଣ । କାରଣ ଏହି ପଞ୍ଚାୟତରୁ ଆଜି ଦୁଇଜଣ କରୋନା ପଜେଟିଭ୍ ଚିହ୍ନଟ ହେବାର ଖବର ଆସିଥିଲା । ଉଭୟ ସଂକ୍ରମିତ ଅଡଶପୁର ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଏହି ଦୁଇଜଣ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆଇନଜୀବି ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ । ଏହି ସ୍ୱାସ୍ଥ୍ୟ କର୍ମୀ ଜଣକ ଅଡଶପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି କରୁଥିଲେ । ସୂଚନା ଯୋଗ୍ୟ ଏହି ଦୁଇଜଣ ପଜେଟିଭ୍ ଚିହ୍ନଟ ହେବା ପରେ କଣ୍ଟାପଡାରେ ଗୋଷ୍ଠୀ ସଂକ୍ରମଣର ଡେର ଆଶଙ୍କା ପକାଶ ପାଇଛି । ଯେଉଁଥି ପାଇଁ ଅଡଶପୁର ସରପଞ୍ଚ ପୁରା ପଞ୍ଚାୟତକୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏପରିସ୍ଥଳେ ସ୍ଥାନୀୟ ପ୍ରଶାସନ ଏପରି ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୋଜୀଭାତର ଆୟୋଜନ କରିବା ପରୋକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ବଡଲୋକଙ୍କୁ ଉତ୍ତର ନାହିଁ ନ୍ୟାୟରେ ସମସ୍ତେ ସବୁ ଦେଖିବି ନୀରବ ରହିଥିବା ଦେଖିବାକୁ ମିଳୁଛି ।

Most Popular

To Top