ଅବିଭକ୍ତ କଟକ

କଣ୍ଟାପଡାରେ କରୋନା ସଂକ୍ରମକିତ ସଂଖ୍ୟା ୨୭ରେ ପହଞ୍ଚିଲା

କଣ୍ଟାପଡାରୁ ପୁଣି ଚିହ୍ନଟ ହେଲେ ୬ କରୋନା ସଂକ୍ରମିତ । ଏମାନେ ସମସ୍ତେ ଅଡଶପୁର ମେଡିକାଲ କର୍ମଚାରୀ । ଗତ ୬ ତାରିଖରେ କଣ୍ଟାପଡା ବ୍ଲକର ଅଡଶପୁର ସ୍ୱାବ୍ ସଂଗ୍ରହ କେନ୍ଦ୍ରରୁ ୧୧୧ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ଆସିଥିବା ୪୬ଟି ରିପୋର୍ଟରୁ ୬ଜଣ ପଜେଟିଭ୍ ଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ପୁଋଷ କର୍ମଚାରୀ ଥିବା ଜଣାପଡିଛି ।ଏହି ୬ ରିପୋର୍ଟ ଆସିବା ପରେ କଣ୍ଟାପଡାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି ।

ସେହିପରି କଣ୍ଟାପଡା ବ୍ଲକର ୧୪ଟି ପଞ୍ଚାୟତ ମଧ୍ୟରୁ ଏବେ ୧୦ଟି ପଞ୍ଚାୟତ କରୋନା ସଂକ୍ରମିତ ପଞ୍ଚାୟତ ଚିହ୍ନଟ ହୋଇଥିବା ବେଳେ ୪ଟି ପଞ୍ଚାୟତ କରୋନା ମୁକ୍ତ ରହିଛି । ଏହି ପଞ୍ଚାୟତ ୪ଟି ହେଲା ବାଗଲପୁର,ପାଟସୁନ୍ଦରପୁର,ପୋସ୍ତାଳ ଓ ବ୍ରାହ୍ମଣବାଟି ପଞ୍ଚାୟତ । ଅନ୍ୟପଟେ ଏହି ରିପୋର୍ଟ ଆସିବା ପରେ ଆଜି ମଧ୍ୟରାତ୍ରିରୁ ଶୁକ୍ରବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଅଡଶପୁରକୁ ପ୍ରଶାସନ ସଟ୍‌ଡାଉନ୍ ଘୋଷଣା କରିଛି ।

Most Popular

To Top