ରାଜ୍ୟ

କଣ୍ଟାପଡାରେ ପଙ୍ଗପାଳ ଚର୍ଚ୍ଚା !!!!

କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅଞ୍ଚଳରେ ଏବେ ପଙ୍ଗପାଳଙ୍କ ଉପସ୍ଥିତି ନେଇ ଚର୍ଚ୍ଚା ଯୋର ଧରିଛି। ଏହି ଅଞ୍ଚଳର ପାଟସୁନ୍ଦରପୁର ପଞ୍ଚାୟତ ଭୋଦଳ -ବଡ଼ ଖାଲଗ୍ରାମ ରାସ୍ତା କଡ଼ରେ ଥିବା ଗହୀର ବିଲରେ ଥିବା ବିଭିନ୍ନ ଗଛରେ ଏକ କୀଟ ଦେଖୀବାକୁ ମିଳିଛନ୍ତି। ଏମାନେ ଖୁବ୍ କମ୍ ସମୟ ମଧ୍ୟରେ ଗଛରୁ ପତ୍ର ଖାଇ ଯାଉଥିବା କୁହାଯାଉଛି। ଲୋକମାନେ ଏହାକୁ ପଙ୍ଗପାଳ ବୋଲି କହୁଥିବା ବେଳେ ବାସ୍ତବରେ ଏହା କି ପ୍ରକାର କୀଟ ତାହା ପରିସ୍କାର ହୋଇନାହିଁ। ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କ ମନରେ ଥିବା ଦ୍ବନ୍ଦ ଦୁର କରିବାକୁ ଦାବି ହେଉଛି।

Most Popular

To Top