ଅବିଭକ୍ତ କଟକ

କଣ୍ଟାପଡାରେ ପୁଣି ଜଣେ କରୋନା ପଜେଟିଭ୍‌ ଝାରପଡାର ୩ ୱାର୍ଡ କଣ୍ଟେନମେଣ୍ଟ ଘୋଷଣା କଲେ ସରପଞ୍ଚ ଦୁଇ ପରିବାରଙ୍କୁ ହୋମ୍ କ୍ୱାରେଣ୍ଟାଇନ ନିର୍ଦ୍ଦେଶ

କଣ୍ଟାପଡାରେ ପୁଣି ଜଣେ ପ୍ରବାସୀ କରୋନା ସଂକ୍ରମିତ ଥିବା ରିପୋର୍ଟ ଆସିଛି । ଏହି ବ୍ଲକ ଅନ୍ତର୍ଗତ ଝାରପଡା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାନ କରୁଥିବା ଜଣେ ଛତିଶଗଡ ପ୍ରବାସୀ କରୋନା ସଂକ୍ରମିତି ଥିବା ରିପୋର୍ଟରୁ ଜଣାପଡିଛି । ଯଦିଓ ସଂକ୍ରମିତ ପ୍ରବାସୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାନ କରୁଥିଲେ ତଥାପି ଏଠାକୁ ଅସିବା ପୁର୍ବରୁ ସେ ତାଙ୍କ ଘରେ ରହି ଅଞ୍ଚଳରେ ବୁଲାବୁଲି କରିଥିବା କାରଣରୁ ଏହି ପଞ୍ଚାୟତର ୩ଟି ୱାର୍ଡକୁ ସରପଞ୍ଚ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଥିବା ବେଳେ ପୁରା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ କରିଥିବା ଜଣାପଡିଛି ।ସେହିପରି ସଂକ୍ରମିତଙ୍‌କ ପରିବାର ସହ ଅନ୍ୟ ଏକ ପରିବାରକୁ ୧୪ ଦିନିଆ ହୋମ୍ କ୍ୱାରେଣ୍ଟାଇନ ନିର୍ଦ୍ଦେଶ ଦିଆଯାଇଥିବା ସରପଞ୍ଚ ସୁବାସ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

Most Popular

To Top