ରାଜ୍ୟ

କଣ୍ଟାପଡା: ନିରତାରରେ କେନ୍ଦ୍ରୀୟ ସଚୀବ,ଉଦ୍ଘାଟନ କଲେ ଅତ୍ୟାଧୁନିକ ମେସିନ

କଟକ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଓଲଟପୁର ସ୍ଥିତ ଏସ୍ ଭି ପରିସରରେ ନାଲକୋ ସହାୟତାରେ ଦିବ୍ୟାଙ୍ଗଙ୍କ ଚିକିତ୍ସା ପାଇଁ ପ୍ରାୟ ୩କୋଟି ମୂଲ୍ୟର ଜର୍ମାନୀ ଜ୍ଞାନ କୌଶଳରେ ନିର୍ମିତ ସେଭେନ ଏକ୍ସିସ୍ କାମକେଡ଼ ମେସିନ ଉଦ୍ଘାଟିତ ହୋଇ ଯାଇଛି। ଏତଦ୍ ବ୍ୟତିତ ୧୬କୋଟି ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ ଧନ୍ଦା ମୂଳକ ତାଲିମ କେନ୍ଦ୍ରର ଶିଳାନ୍ୟାସ କରା ଯାଇଛି। ଏଥି ନିମନ୍ତେ ଆୟୋଜିତ ଉତ୍ସବରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରଣାଳୟ ସଚୀବ ଶକୁନ୍ତଳା ଡୋଲି ଗ୍ୟମଲିନଙ୍କ ସହ ନାଲକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତପନ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ନିରତାର ନିର୍ଦ୍ଦଶକ ଡ଼ାକ୍ତର ଶକ୍ତି ପ୍ରସାଦ ଦାସ ପରିଚାଳନା କରିଥିଲେ। ନିରତାର ପ୍ରଶାସନିକ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

twenty − three =

Most Popular

To Top