ଅବିଭକ୍ତ କଟକ

କଣ୍ଟାପଡା /ବାରଙ୍ଗ କରୋନା ଖବର: ତିନି ପଞ୍ଚାୟତ ସଟ୍ ଡାଉନ, ମୃତ୍ୟୁ ସଂଖ୍ୟା ୩

କରୋନା ସଂକ୍ରମଣ କୁ ଅଞ୍ଚଳରେ ପ୍ରତିହତ କରିବା ପାଇଁ ପାଟସୁନ୍ଦରପୁର,ଵାଗଲପୁର ଓ ବାରଙ୍ଗ ବ୍ଲକର ଉଷୁମା ସରପଞ୍ଚ ସଟ୍ ଡାଉନ ଘୋଷଣା କରିଛନ୍ତି। କଣ୍ଟାପଡା ବ୍ଲକର ବାଗଲପୁର ପଞ୍ଚାୟତ ଅନ୍ତର୍ଗତ ପିଙ୍ଗାପଡା ଗ୍ରାମରୁ ପାଞ୍ଚ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଵା ପରେ ଏହି ଗ୍ରାମକୁ ସ୍ଥାନିୟ ସରପଞ୍ଚ ଦ୍ବାରିକା ନାଥ ଦାଶ ୨୫ ତାରିଖ ଅପରାହ୍ନ ରୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି। ସେହିପରି ପାଟସୁନ୍ଦରପୁର ପଞ୍ଚାୟତ ର ଭୋଦଳ ଗ୍ରାମରୁ ନ ଜଣ କରୋନା ସଂକ୍ରମିତ ହୋଈଥିବା ଚିହ୍ନଟ ହୋଇଛନ୍ତି। ଏହି ତଥ୍ୟ ପଞ୍ଚାୟତ ର ହସ୍ତଗତ ହେବା ପରେ ୨୫ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଓ୍ବାଡ଼ ନଂ ୨,୩,୪,୧୪ଓ୧୫ କୁ ସଟ୍ ଡାଉନ ଘୋଷଣା କରିଛନ୍ତି। ସେହି ପରି ଵାରଙ୍ଗ ବ୍ଲକର ଉଷୁମା ପଞ୍ଚାୟତ ରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପଞ୍ଚାୟତ ର ଓ୍ବାଡ଼ ନଂ ୯,୩ ଓ ୪ କୁ ସଟ୍ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଯଚିନ୍ଦ୍ର ନାଥ ସାହୁ।ଅନ୍ୟପଟେ କଣ୍ଟାପଡା ବ୍ଲକରେ କରୋନା ମୃତ୍ୟୁ ସଂଖ୍ୟା ୩ର ପହଞ୍ଚିଥିବା ଜଣାପଡିଛି।ଏହି ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତ ଭୋଦଳ ଗ୍ରାମରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ପୁର୍ବରୁ କଣ୍ଟାପଡା ପଞ୍ଚାୟତ ଇଚ୍ଛାପୁର ଓ ନୂଆଗାଁ ଗ୍ରାମ ଗ୍ରାମପାୟତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ମୃତ୍ୟୁଘଟଣା ପରେ ଏହି ସଂଖ୍ୟା ୩ର ପହଞ୍ଚିଛି।

Most Popular

To Top