ଛୋଟ ମୋର ଗାଁଟି…
ଭୁଗୋଳ ପୋଥି ପତରେ ପଛେ …ନଥାଉ ତାର ନାଁଟି..
ଗାଁକୁ ଭଲ ପାଉଥିବା ଯେକେହି ଓଡିଆ ହୁଏତ ଏପରି ଏକ କବିତାର କିଛି ନା କିଛି ପଂକ୍ତିକୁ ମନେ ମନେ କେବେନା କେମିତି ଗୁଣୁଗୁଣେଇଥିବେ ନିଶ୍ଚୟ ।
କବି ସଚ୍ଚି ରାଉତରାୟଙ୍କ ଏହି ଅମର ସୃଷ୍ଟି ଏବେବି ଜୀବନ୍ତ ରହିଛି ପ୍ରତ୍ୟେକ ଓଡିଆ ମନରେ ।
ସଚ୍ଚି ରାଉତରାୟ, ୧୯୧୬ ମସିହା,ମଇ ମାସ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମରେ ଜନ୍ମ ନେଇଥିବା ଏହି ମହାନ କବିଙ୍କର ୨୦୦୪ ମସିହା ଅଗଷ୍ଟ ୨୧ ତାରିଖରେ କଟକରେ ଦେହାନ୍ତ ହୋଇଥିଲା ଓ ତାଙ୍କ ମର ଶରୀରକୁ ସସମ୍ମାନେ କଟକ ସ୍ଥିତ ସତୀ ଚଉରା ଶ୍ମଶାନରେ ଦାହ କରାଯାଇଥିଲା ।
ଏପରି ଜଣେ ଶ୍ରଷ୍ଠାଙ୍କୁ ଏ ଜାତି ବହୁ ସମ୍ମାନ ଦେଇଛି । ପଦ୍ମଶ୍ରୀ ଠାରୁ ଆରମ୍ଭ କରି ଜ୍ଞାନପୀଠ ସମ୍ମାନ ପର୍ଯ୍ୟନ୍ତ.. ସବୁକିଛି ଅଜାଡି ହୋଇ ଯାଇଛି ତାଙ୍କ ପାଦତଳେ ।
ହେଲେ ପାଠକେ …
ଏତେସବୁ କହିବାର ଅର୍ଥ ନୁହେଁ କବିଙ୍କ ବିଷୟରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ।
କଥାଟି ଅଛି ଏପରି ଏକ ବିଷୟକୁ ନେଇ ଯେଉଁ କଥା ହୁଏତ ଆଉ ଭବିଷ୍ୟତରେ ନଘଟୁ ସେଥିପାଇଁ ଏହି ଉପସ୍ଥାପନା ।
ଭାବୁକର ମନର କଥା ପ୍ରକାଶ ପାଇଥାଏ ତାର କଲମ ମୂନରେ । ସେ କବି ହୁଅନ୍ତୁ କି ସାହିତ୍ୟିକ ଅବା କଳାକାର । ଏପରି ଦୈବି ଦତ୍ତ ଗୁଣ ଥିବା ବ୍ୟକ୍ତିଙ୍କ ମନର କଥା ପ୍ରକାଶ ପାଇଥାଏ ତାଙ୍କ ସୃଷ୍ଟିରେ । ଏପରି ବ୍ୟକ୍ତିମାନେ କଲମର କିଛି ଅଙ୍କା ବଙ୍କା ଗାର ମାଧ୍ୟମରେ ନିଜ ମନର କଥାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି ଓ ସେଥିପ୍ରତି ଅନୁପ୍ରାଣୀତ କରିଥାନ୍ତି ।
ତେବେ କାହିଁକି ଆମେ ( ଓଡିଆ ଜାତି) ଏପରି ଜଣେ ମହାନ କବିଙ୍କ ମନର କଥାକୁ ବୁଝି ପାରିଲେ ନାହିଁ ।
କଣପାଇଁ ସେଦିନ କେହି ହେଲେ ଜଣେ ଏପରି କି ଆଜି ପର୍ଯ୍ୟନ୍ତ କବିଙ୍କର ସେହି ମନର କଥାକୁ ବୁଝିବାକୁ ଚେଷ୍ଟା କଲେନି । କି ଆଗାମୀ ବଂଶଧରଙ୍କୁ ଏପରି ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦେଲେନି..?????
ମୋର ଆଲୋଚ୍ୟ ପ୍ରସଙ୍ଗ ସେହି ଯୋଗଜନ୍ମା ପୁଋଷଙ୍କ ଅମର କବିତା ଛୋଟମୋର ଗାଁଟିର କେତୋଟି ଧାଡିକୁ ନେଇ ।
କବିତାରେ କବି ଲେଖିଛନ୍ତି……
ମାଟିର ସେହି ସରଗ ମୋର…ସେଇଠି ଅଛି ମୋ ସଠି ଘର
ଜଳିବ ପୁଣି ସେଇଠି ଶେଷେ….. ମୋହରି ଚିତା ନିଆଁଟି
ଛୋଟ ମୋର ଗାଁଟି ।
ଏଇଠି ମୋର ଆଲୋଚନାକୁ ଶେଷ କରିବାକୁ ଉଚ୍ଚିତ ମନେ କରୁଛି । କାରଣ ହୁଏତ ଏତେବଡ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଓଡିଶାରେ ଲୋକଙ୍କ ଅଭାବ ନାହିଁ । ତେବେ କବିତ ସ୍ୱର୍ଗ ପୁରରେ ରହିଲେଣି…..କିନ୍ତୁ ଏପରି ଅନ୍ୟ ମାନଙ୍କ କ୍ଷେତ୍ରରେ କରା ନଯାଉ ସେଥିପ୍ରତି ପ୍ରତ୍ୟେକ ଓଡିଆ ସଚେତନ ହେବା ଆବଶ୍ୟକ ମନେହୁଏ ।
(କ୍ଷମା କରିବେ… ଏହା ମୋର ବ୍ୟକ୍ତିଗତ ମତ ଓ ଚିନ୍ତା)
