ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ରାଜ୍ୟ

କରୋନା ଖବର

ମଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା:ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ଆଗୁଆ ମିଳିବ ୪ମାସର ଦରମା। କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ଙ୍କୁ ବ୍ୟବହାର ଖରାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ,ପୋଲିସ କଙ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।ଯାଜପୁର, ଲକ୍ ଡାଉନ୍ ନିର୍ଦ୍ଦେଶ ଅବମାନନା କରିବା ମହଙ୍ଗା ପଡିଲା । ଆଜି ଜିଲ୍ଲାରେ ମୋଟ ୪୫ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଫୌଜଦାରୀ ମାମଲା ରୁଜୁ । ଏବଂ ୯୭ ଟି ବାଇକ୍ ଜବତ କରିଛି ପୋଲିସ। ଯାଜପୁର ଏସ.ପିଙ୍କ ସୂଚନା।

ଅନୁଗୋଳ: ଲକ ଡାଉନ ନିୟମକୁ ଭାଙ୍ଗୁଥିବା ଲୋକଙ୍କ ଉପରେ ଜିଲ୍ଲା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାର ବିଭିନ୍ନ ଥାନାରେ ୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ । ୧୦ ଟି ମୋଟରସାଇକେଲ ଜବତ।

ବାଲେଶ୍ବର: କଡା କଡି ଭାବେ ଲାଗୁ ହେଲା ଲକ ଡାଉନ। ୬୦ରୁ ଅଧିକ ମୋଟରସାଇକେଲ ଜବତ। ୪୩ ହଜାର ଟଙ୍କା ଜୋରିମାନା ଆଦାୟ।

ଢେ଼ଙ୍କାନାଳ ସ୍ୱତନ୍ତ୍ର ନିର୍ଦେଶନାମା ଜରିକଳା ଜିଲ୍ଲା ପ୍ରଶାସନ।
ସକାଳେ ୪ ଘଣ୍ଟା ଓ ଅପରାହ୍ନ ରେ ୩ ଘଣ୍ଟା ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ।ସକାଳ ୬ ଟା ରୁ ୧୦ଟା ଓ ଅପରାହ୍ନ ୪ ଟାରୁ ୭ଟା ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ।ଉଲଂଘନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳ ଙ୍କ ସୂଚନା।

ଢେ଼ଙ୍କାନାଳ ଲକଡାଉନ କୁ ଖାତିର ନକରି ଗାଡି ଚଳାଚଳ ଉପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ।୧୨ ନିୟମ ଖିଲାପକାରୀ ଙ୍କ ଉପରେ ଜୋରିମାନା।୧୨ ଗିରଫ ଓ ୧୨ ଗାଡି ଜବତ।
କଟକ: କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କଲେ।

ଭଦ୍ରକ : କଟକଣା ନମାନି ପୁଣି ୩ ଗିରଫ । ଭଦ୍ରକ ଟାଉନ ଥାନା ଦ୍ୱାରା ୧ ଓ ପୁରୁଣାବଜାର ଥାନା ଦ୍ୱାରା ୨ଜଣ ଗିରଫ । ଲକଡାଉନ କଟକଣା ନମାନି ଗିରଫ ହୋଇଥିବା ସୂଚନା।
ପୁରୀ: ପୁରୀ ଏସ୍ପି ଙ୍କ ସୂଚନା । ନିୟମ ଉଲଂଘନ କାରୀଙ୍କ ୩୦ଟି ବାଇକ ସିଜ କରିଛି ପୋଲିସ।ଯେଉଁ ଦୋକାନୀ ନିୟମ ମାନୁନାହାନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ କେଶ ବୁକ ହେଉଛି ।ଅତ୍ୟାଵଶ୍ୟକ ସାମଗ୍ରୀ ଦୋକାନ ରେ ମାତ୍ରାଧିକ ଗହଳି ହେଉଥିବାରୁ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ |
୭ଟି ଥାନା କୁ ୩ଟି ଜୋନ ରେ ବିଭକ୍ତ କରାଯାଇଛି। ୨୦ ଟି ପେଟ୍ରୋଲିଙ୍ଗ ଟିମ ବୁଲୁଛି ।ନୋ କ୍ରସିଂ ଭାବେ ୪ ଟି ପଏଣ୍ଟ କରାଯାଇଛି । ୨୨ଟି ବ୍ଳକିଙ୍ଗ ପଏଣ୍ଟ କରାଯାଇଛି।

ଭୁବନେଶ୍ୱର: ଲକ୍ ଆଉଟ୍ ସମୟରେ କୌଣସି କାମ ନଥାଇ ବୁଲୁଥିବା୪ ଜଣ ଯୁବକଙ୍କୁ ବସ୍ ଉଠ୍ କଲା କମିଶନରେଟ ପୋଲିସ।ବାଣୀବିହାର ଛକରେ ଘଟିଛି ଏପରି ଘଟଣା।

କଣ୍ଟାପଡା: ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମାର୍କେଟ ତନଖି କଲେ ବ୍ଲକ ଯୋଗାଣ ନିରୀକ୍ଷକ ନସିମା ବେଗମ୍।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top