ଜାତୀୟ ଅନ୍ତର୍ଜାତୀୟ

କରୋନା ପାଇଁ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ଲକ୍ ଡାଉନ୍ ରେ ପ୍ରଭାବିତ ଭାରତର ଗରିବ ଖଟିଖିଆଂକ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଂକାର ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। କୋଭିଡ ଯୋଦ୍ଧା” ଡାକ୍ତର ,ନର୍ସ ,ପାରାମେଡିକାଲ କର୍ମଚାରୀଙ୍କ ଠୁ ଆଶାକର୍ମୀ ଯାଏଁ ପ୍ରତ୍ୟେକଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ଅର୍ଥମନ୍ତ୍ରୀ।୮୦ କୋଟି ଲୋକଙ୍କୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଚାଉଳ/ଗହମ , ଡାଲି ପ୍ରଦାନ କରିବେ ସରକାର।ପାଉଥିବା ଖାଦ୍ୟ ସହ ଅତିରିକ୍ତ ତିନି ମାସ ମାଗଣାରେ ମିଳିବ। ୮୦ କୋଟି ଲୋକଙ୍କୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ/ଗହମ , ୧ କେଜି ଲେଖାଏଁ ଡାଲି ତିନି ମାସ ପର୍ଯ୍ୟନ୍ତ ମାଗଣାରେ ଯୋଗାଇବେ ସରକାର।ଉଜ୍ଜ୍ବଳା ଯୋଜନାରେ ଦେଶର ୮ କୋଟି ମହିଳାଙ୍କୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ ସିଲିଣ୍ଡର ଦେବେ ସରକାର।ଏପ୍ରିଲରେ ପ୍ରତି ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ପ୍ରଦାନ କରାଯିବ।ସମସ୍ତ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ୧୦୦୦ ଟଙ୍କା ଦେବେ କେନ୍ଦ୍ର ସରକାର।ବିନା ଗ୍ୟାରେଣ୍ଟିରେ ସମସ୍ତ ସ୍ବୟଂସହାୟକ ଗୋଷ୍ଠୀକୁ ୨୦ ଲକ୍ଷ ଟଙ୍କା ଋଣ ଘୋଷଣା।
ଦେଶର ୫ କୋଟି ମନରେଗା ଶ୍ରମିକଙ୍କ ଖାତାକୁ ଯିବ ଅତିରିକ୍ତ ୨୦୦୦ ଟଙ୍କା ଲେଖାଏଁ।ଦେଶବ୍ୟାପୀ ସମସ୍ତ ମହିଳା ଜନଧନ ଖାତାକୁ ୫୦୦ ଟଂକା ଲେଖାଏଁ ୩ ମାସ ପର୍ଯ୍ୟନ୍ତ
୬୩ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଂକ ପାଇଁ ପ୍ୟାକେଜ୍ ଘୋଷଣା।୮୦ କୋଟି ଲୋକଂକ ପାଇଁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା।ନିଯୁକ୍ତିଦାତା ଓ କର୍ମଚାରୀଂକ ପାଇଁ ୨୪% ଇପିଏଫ ତିନି ମାସ ପର୍ଯ୍ୟନ୍ତ ଜମା କରିବେ ସରକାର ,୭୫% ଉଠାଇପାରିବେ କର୍ମଚାରୀ। ଦେଶର ଦୁର୍ଦ୍ଦିନ ବେଳେ ଗରିବ,ଖଟିଖି‍ଆ,ଶ୍ରମିକ, ବୃଦ୍ଧବୃଦ୍ଧା,ବିଧବା, ଭିନ୍ନକ୍ଷମ,ମହିଳାଂକ ପାଇଁ ହାତ ଖୋଲିଲେ ସରକାର।ଗ୍ରାମୀଣ କ୍ଷେତ୍ର ରେ ଶ୍ରମିକଂକ ପାଉଣା ୧୮୨ ରୁ ୨୦୨ ଟଂକାକୁ ବୃଦ୍ଧି।

Click to comment

Leave a Reply

Your email address will not be published. Required fields are marked *

three × 4 =

Most Popular

To Top