ଅବିଭକ୍ତ କଟକ

କରୋନା ଭୟ:ଛାଡି ଦେଲେ, ବୋହି ନେଲେ, Report.M.Bharat

କରେନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଏଥି ପାଇଁ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ଯାଏଁ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ଜଣାପଡିଛି । ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ କେବଳ ପରୀକ୍ଷାକୁ ଛାଡ଼ି ଆଉ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମଧ୍ୟ ସୂଚନା ମିଳିଛି ।

ଏହାସହ ରାଜ୍ୟର ସବୁ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ ରଖବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏପରି ସ୍ଥଳେ କରୋନା କୁ ନେଇ କାହାର ପୁସମାସ ତ କାହାର ସର୍ବନାଶ ହୋଇଛି । ଏମିତି ଏକ ଆକର୍ଷଣୀୟ ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ପଂଚାୟତ ସମିତି ଅନ୍ତର୍ଗତ ନପଙ୍ଗ ପଂଚାୟତର ଇଟୁଆ ଗ୍ରାମରେ । ଏହି ଗ୍ରାମର କୁକୁଡ଼ା ବ୍ୟବସାୟୀ ଅକ୍ଷୟ ପଣ୍ଡା ନିଜର ଫର୍ମରେ ରଖିଥିବା ୧୦ ହଜାରରୁ ଉର୍ଦ୍ଧ କୁକୁଡାକୁ ଆଜି ଅପରାହ୍ନରେ ବାହାରକୁ ଛାଡି ଦେଇଛନ୍ତି । କୁକୁଡ଼ା ଗୁଡିକୁ ମାଗଣାରେ ନେବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଲାଗିଥିଲା ।

Click to comment

Leave a Reply

Your email address will not be published. Required fields are marked *

5 × two =

Most Popular

To Top