ରାଜଧାନୀ

କରୋନା ଲକ୍ ଡାଉନ୍:ବିଏମ୍ ସିର ପଦକ୍ଷେପ

କରୋନା ଲକ୍ ଡାଉନ୍ ସମୟରେ ହାଟ ଓ ବଜାରରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଏମସି ର ସ୍ୱତନ୍ତ୍ର ବ୍ୟବସ୍ଥା। କରୋନା ମୁକାବିଲା ଓ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିଆଯାଉଛି ପଦକ୍ଷେପ।ୟୁନିଟ-୧, ୟୁନିଟ-୪ ଭଳି ସ୍ମାର୍ଟ ସିଟିରେ ବିଭିନ୍ନ ସ୍ଥାନରେ ଥିବା ହାଟ ଓ ବଜାର ନିକଟରେ ବ୍ୟବସ୍ଥିତ କରାଯିବ ଅସ୍ଥାୟୀ ବିକାଳୀଙ୍କୁ।ୟୁନିଟ-୧ ବଜାର ନିକଟରେ ଆଦିବାସୀ ପଡିଆ ଓ ସ୍କୁଲ ପଡିଆରେ ଖୋଲିବ ନୂଆ ବଜାର।ସେହିଭଳି ଅନ୍ୟାନ୍ୟ ସ୍ଥାନରେ ଅନୁରୂପ ଭାବେ ପାଖରେ ଥିବା ଖାଲି ସ୍ଥାନରେ ଆସ୍ଥାୟୀ ଭାବେ ଥଇଥାନ ହେବେ ବୁଲା ବିକାଳୀ।ଜଳଖିଆ ଦୋକାନ ବନ୍ଦ ହୋଇଯାଇଛି। ବିକାଳୀ ଓ ଲୋକଙ୍କ ସୁବିଧା ପାଇଁ ବିକାଳୀଙ୍କୁ ବିଭିନ୍ନ ଏରିଆରେ ଭ୍ରାମ୍ୟମାଣ ଦୋକାନ ଖୋଲିବା ଉପରେ ମଧ୍ୟ ଖୁବଶୀଘ୍ର ବିଏମସି ନେବ ନିଷ୍ପତ୍ତି।ଏଥିପାଇଁ ଭେଣ୍ଡର ଓ ଅଞ୍ଚଳବାସୀଙ୍କ ସହିତ ଆଲୋଚନା ହୋଇଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧରୀଙ୍କ ସୂଚନା।

Click to comment

Leave a Reply

Your email address will not be published. Required fields are marked *

12 + 12 =

Most Popular

To Top