ଅବିଭକ୍ତ କଟକ

କରୋନା ସତର୍କତା ପାଇଁ କଣ୍ଟାପଡା ଓ ନିଆଳୀ ବ୍ଲକରେ ଗଠିତ ହେଲା ସ୍ୱତନ୍ତ୍ର ଟିମ୍‌

ମହାମାରୀ କରୋନା କବଳରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଇଛି । ଏଥିରେ କେହି ବ୍ୟତିକ୍ରମ କଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି ସରକାର । ଅନ୍ୟପଟେ ବିଭିନ୍ନ ବ୍ଲକ ଅଞ୍ଚଳରେ ଏଥିପାଇଁ ପ୍ରଶାସନ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ତଦନୁଯାୟୀ ନିଆଳୀ ଓ କଣ୍ଟାପଡା ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣ ଉପରେ ନଜର ରଖିବାକୁ ସତର୍କତା ଅବଲମ୍ବନ କରାଯାଇଛି ।ଏ ସମ୍ପର୍କରେ କେହି କିଛି ତଥ୍ୟ ଦେବାକୁ ଚାହୁଁଥିଲେ ପ୍ରଶାସନୀକ ସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିନେଇ ଉଭୟ ବ୍ଲକର ପ୍ରଶାସନ ବିଭିନ୍ନ ଅଧିକାରୀଙ୍କ ଫୋନ ନମ୍ବର ଜାରି କରିଛନ୍ତି । ଆବଶ୍ୟକ ସ୍ଥଳେ ସାଧାରଣ ଲୋକ ଏ ବାବଦରେ ଅଧିକାରୀଙ୍କୁ ଖବର ଦେଇ ପାରିବେ । କିନ୍ତୁ ମନେ ରଖିବାକୁ ହେବ କରୋନା ସମ୍ପର୍କରେ କୌଣସି ଭୁଲ ତଥ୍ୟ ଦେବା କିମ୍ବା ପ୍ରଚାର କରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ ହେବ । ସେଥିପ୍ରତି ସାଧାରଣ ଲୋକେ ସତର୍କତା ଅମଲମ୍ବନ କରିବା ଅତ୍ୟନ୍ତ ଜରୁରୀ ଅଟେ ।

Click to comment

Leave a Reply

Your email address will not be published. Required fields are marked *

13 − 5 =

Most Popular

To Top