ଅବିଭକ୍ତ କଟକ

କହ୍ନେଇକୁ ଭେଟିଲା ସ୍ୱୟମ୍ ଶତାବ୍ଦୀ

ଦୁରାରୋଗ୍ୟ ନ୍ୟୁରୋ ଫାର୍ବୋ ମେଟାସିସ୍ ରୋଗରେ ପୀଡିତ ହୋଇ ନିରତାରରେ ସଫଳ ଅସ୍ତ୍ରୋପଚାର ପରେ ଚିକିତ୍ସିତ ହେଉଥିବା ଜନଜାତୀ ସମ୍ପ୍ରଦାୟ ବାପଛେଉଣ୍ଡ କହ୍ନେଇ ପ୍ରତି ବିଭିନ୍ନ ମହଲରୁ ଛୁଟୁଛି ସମବେଦନାର ସୁଅ । ଇତି ମଧ୍ୟରେ ବିଭିନ୍ନ ରାଜନୈତୀକ ଦଳର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ,କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ ଓ ଜିଲ୍ଲା ତଥା ଅଞ୍ଚଳର ବିଭିନ୍ନ ପ୍ରଶାସନୀକ ଅଧିକାରୀ ମାନେ କହ୍ନେଇକୁ ଭେଟି ତାର ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ଆଜି ପ୍ରଥମ କରି କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ଜଣେ ପଞ୍ଚମଶ୍ରେଣୀର ଛାତ୍ରୀ ସ୍ୱୟମ୍‌୍ ଶତାବ୍ଦୀ ବେହେରା କହ୍ନେଇକୁ ଭେଟିବାକୁ ନିରତାରରେ ତା ପରିବାର ସହ ପହଞ୍ଚି ଥିଲେ । ଗଣମାଧ୍ୟମରୁ ଏପରି ଖବର ଜାଣିବା ପରେ ସଂପୃକ୍ତା ଛାତ୍ରୀ ନିରତାରରେ କହ୍ନେଇକୁ ଭେଟିବାକୁ ଇଚ୍ଛା କରିଥିଲେ । ସ୍ୱୟମ୍ ଆଜି ତାର ପିତା କୈଳାଶ ବେହେରାଙ୍କ ସହ ନିରତାରରେ ପହଞ୍ଚି କହ୍ନେଇକୁ ଭେଟି ତାର ଆଶୁ ଆରୋଗ୍ୟ କାମନା କରିବା ସହ ଟିଫିନ୍ ଖର୍ଚ୍ଚରୁ ପାଞ୍ଚଶହ ଟଙ୍କା ଦେବା ଦୃଶ୍ୟ କହ୍ନେଇ ଅବସ୍ଥାନ କରୁଥିବା ୱାର୍ଡରେ ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

5 × 1 =

Most Popular

To Top