ରାଜ୍ୟ

କହ୍ନେଇ ପାଇଁ ପ୍ରାର୍ଥନା ସଭା

କହ୍ନେଇ ର ସଫଳ ଅସ୍ତ୍ରୋପଚାର ନିମନ୍ତେ କଟକ ଜିଲ୍ଲା ଆପେକ୍ସ ଆଇ .ଟି.ଆଇ ଛାତ୍ରଛାତ୍ରୀଙ୍କ ଦ୍ବାରା ସମୂହ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ନିରତାର ଡାକ୍ତର ମାନେ ଏପରି ଏକ ଅସ୍ତ୍ରୋପଚାର କରି ସଫଳ ହେବା ସହ କହ୍ନେଇକୁ ଭଗବାନ ସୁସ୍ଥ କରିଦେବାକୁ ପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମର ନାବାଳକ କହ୍ନେଇ ଦୁରାରୋଗ୍ୟ ନ୍ୟୁରୋ ଫାର୍ବୋମେଟାସିସ୍ ରୋଗରେ ପୀଡିତ ହୋଇଥିବା ବେଳେ ତାର ଗୋଡ଼ ଅସ୍ବାଭାବିକ ଭାବେ ଫୁଲି ଯାଇଛି। ସଂପ୍ରତି କହ୍ନେଇ ର ଗୋଡ଼ରେ ଅସ୍ତ୍ରୋପଚାର ବ୍ୟତୀତ ଅନ୍ୟକିଛି ଉପାୟ ନାହିଁ।ତେଣୁ କହ୍ନେଇକୁ ଓଲଟପୁର ସ୍ଥିତ ଏସ୍।ଭି ନିରତାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନିରତାର ଇତିହାସ ରେ କହ୍ନେଇ ର ଅସ୍ତ୍ରୋପଚାର ଏକ ବିରଳ ଅସ୍ତ୍ରୋପଚାର ହେବ ବୋଲି ନିରତାର ନିର୍ଦ୍ଦେଶକ ଡ଼ାକ୍ତର ଶକ୍ତି ପ୍ରସାଦ ଦାସ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

seventeen − 2 =

Most Popular

To Top