ଅବିଭକ୍ତ କଟକ

କେନ୍ଦ୍ରାପଡା:ପବ୍ଲିକ ସ୍କୁଲ ଗାଡ଼ି ଦୁର୍ଘଟଣାରେ ୧୨ଆହତ

କେନ୍ଦ୍ରାପଡ଼ା ର ସନ୍ଥପୁରା ଠାରେ ଏକ ପବ୍ଲିକ୍ ସ୍କୁଲ୍ ର ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ସେଥିରେ ଥିବା ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆଜି ସ୍କୁଲ ଛୁଟୀ ହେବା ପରେ ଏହି ଅଟୋ ଟି ପିଲାମାନଙ୍କୁ ନେଇ ଫେରୁଥିଲା । ତେବେ ସ୍ଥାନୀୟ ସନ୍ଥପୁରା ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଟି ରାସ୍ତା ପାର୍ଶ୍ଵ ଗଚ୍ଛ ରେ ପିଟି ହୋଇଯାଇଥିଲା । ଅଟୋ ରେ ଥିବା ୧୨ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଜଣେ ଛାତ୍ରୀ ର ଆଖିରେ ଗଭୀର କ୍ଷତ ସୃଷ୍ଠି ହୋଇଥିବା ଜଣାପଡିଛି । ଦୁଇ ଗୁରୁତର ଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ବେଳେ ପୁଲିସ ଅଟୋ ଟିକୁ ଯବତ୍ କରିଛି ।

Click to comment

Leave a Reply

Your email address will not be published. Required fields are marked *

four × 4 =

Most Popular

To Top