ଅବିଭକ୍ତ କଟକ

କେନ୍ଦ୍ରାପଡା:ବିପୁଳ ପରିମାଣର ମଦ ଜବତ

କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ଅଞ୍ଚଳରେ ଚଢ଼ାଉ କରି କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୪୮ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ ହୋଇଛି । ବେଆଇନ ମଦ କାରବାରରେ ସମ୍ପୃକ୍ତ ଚାନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କୁ ଗିରଫ୍ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଏଠାରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସିପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢାଉ ଖବର ପାଇ ଅଭିଯୁକ୍ତ ଖସି ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ପୁଲିସ ତାକୁ କାବୁ କରି ନେଇଥିଲା ।

Most Popular

To Top