ଅବିଭକ୍ତ କଟକ

କେନ୍ଦ୍ରାପଡାରେ ବନ୍ଦ ପ୍ରଭାବ

୧୨ ଦଫା ଦାବି ନେଇ ଦିଆ ଯାଇଥିବା ଭାରତ୍ ବନ୍ଦ ଡାକରା ର ପ୍ରଭାବ କେନ୍ଦ୍ରାପଡ଼ା ରେ ମଧ୍ୟ ଦେଖିବା ପାଇଁ ମିଳିଥିଲା । ସକାଳ ୬ ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ସହର ର ଦୁହୁରିଆ, ତିନିମୁହାଣି, ବସ ଷ୍ଟାଣ୍ଡ, ପୁରୁଣା ମଟର ଷ୍ଟାଣ୍ଡ, ଶାନ୍ତ ସାହି, ଗୁଲନଗର, ଗୋପ ଚ୍ଛକ ପ୍ରଭୃତି ଅଞ୍ଚଳରେ ରାସ୍ତା ଉପରେ ବସି ରହି କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ଯାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ । ଏମିତି କି ଜିଲାପାଳ ଙ୍କ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ କୁ ଅବରୋଧ କରିବା ସହିତ କୌଣସି କ କର୍ମଚାରୀ ଙ୍କୁ ଭିତରକୁ ଛାଡି ନଥିଲେ ।ମୋଟାମୋଟି ଭାବରେ ସହରର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ବନ୍ଦ ରହିଥିଲା । ତେବେ ବସ ଓ ଅନ୍ୟାନ୍ୟ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।ବନ୍ଦ ଯୋଗୁ ସାଧାରଣ ଜନ ଜୀବନ ବେଶ୍ ପ୍ରଭାବିତ ହୋଇଥିଲା । ବନ୍ଦ ସମୟରେ ସହରରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ ଦେଖିବା ପାଇଁ ମିଳି ନ ଥିଲା । ଆଜିର ଏହି ବନ୍ଦ ରେ କେନ୍ଦ୍ରାପଡ଼ା ର କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ, ଜିଲା କଂଗ୍ରେସ କମିଟି, ଦଳିତ ମଂଚ, ଗଣତାନ୍ତ୍ରିକ ଯୁବ ଫେଡ ରେ ସନ୍, ଗଣତାନ୍ତ୍ରିକ ମହିଳା ସମିତି ପ୍ରଭୃତି ସଂଗଠନ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

11 + seventeen =

Most Popular

To Top