ବିଶେଷ

କେନ୍ଦ୍ରାପଡ଼ା:ଶ୍ରୀ ବଳଦେବଜୀଉ ସେବାୟତଙ୍କ ବିକ୍ଷୋଭ

କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ସମ୍ମୁଖରେ ସେବାୟତ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ଦିର ଖୋଲିବା ଦାବିରେ ଶତାଧିକ ସେବାୟତ ଘଣ୍ଟ ବାଡ଼େଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସେବାୟତ ମାନେ ଦୁର୍ଦିନ ରେ କାଳାତିପାତ କରୁଥିବା ଅଭିଯୋଗ କରିଥିଲେ । କରୋନା କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ବିଭିନ୍ନ ମନ୍ଦିର ଓ ଧର୍ମ କ୍ଷେତ୍ର ବନ୍ଦ କରିଦିଆଯାଇଛି । ଫଳରେ ଦର୍ଶନାର୍ଥୀ ଙ୍କ ଦାନରେ ପରିବାର ପ୍ରତିପୋଷଣ କରୁଥିବା ସେବାୟତ, ପୂଜକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏମିତିକି ପରିବାର ମୁହଁ ରେ ଦାନା ମୁଠେ ଦେବା ବି ମୁସ୍କିଲ୍ ହୋଇ ପଡିଛି । ବଳଦେବଜୀଉ ମନ୍ଦିର ର ଶତାଧିକ ସେବାୟତ ମଧ୍ଯ ଉପବାସ ରେ କାଳାତିପାତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବଳଦେବଜୀଉ ମନ୍ଦିର ତୁରନ୍ତ ଖୋଲିବା ସହ ସେବାୟତ ମାନଙ୍କ ପାଇଁ ରୋଜଗାର ର ମାର୍ଗ ଉନ୍ମୁକ୍ତ କରିବା ପାଇଁ ସେବାୟତ ନୃସିଂହ ପ୍ରସାଦ ପତ୍ରୀ, ନିରଞ୍ଜନ କର, ସଞ୍ଜୟ କୁମାର ପତ୍ରୀ, ସୋମନାଥ ପତ୍ରୀ ପ୍ରମୁଖ ଦାବି କରିଛନ୍ତି ।

Most Popular

To Top