ଅବିଭକ୍ତ କଟକ

କେନ୍ଦ୍ରାପଡ଼ା ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା ର ଆକର୍ଷଣ ଥିଲା ହାସ୍ୟରସାତ୍ମକ ନାଟକ ‘ମୋକଦ୍ଦମା’ । ମୋକଦ୍ଦମାରେ ପ୍ରତିପକ୍ଷ ମିଥ୍ୟା କୁ ଆଶ୍ରା କରିବା ପ୍ରସଙ୍ଗରେ ରଚିତ ଏହି ନାଟକ ଟିକୁ ତୁଳସୀ କଲ୍ଚରାଲ୍ ଆସୋସିଏସନ ପକ୍ଷରୁ ମଞ୍ଚସ୍ଥ କରାଯାଇଥିଲା । ଏହି ମନୋରଞ୍ଜନ ଧର୍ମୀ ନାଟକ ଟି ଉପସ୍ଥିତ ଦର୍ଶକଙ୍କ ର ଖୁବ୍ ମନୋରଞ୍ଜନ କରିଥିଲା । ପରେ ପରେ ସାଇ ନାଥ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ସମ୍ରାଟ ଭିକାରୀ ବଳଙ୍କ ସୁଲଳିତ ତଥା ଲୋକପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ନେତାଜୀ ମଡେଲ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କୁଇଜ୍, ନୃତ୍ୟ, ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା କୁ ସମ୍ବିତ୍ ଶ୍ରୀଚନ୍ଦନ, ମିର୍ ମୁର୍ଶିଦ, ସରୋଜ ସାହୁ, ଲଳିତେନ୍ଦୁ ପଣ୍ଡା, ଶେଷଦେବ ଦାସ, ସରୋଜ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଚତୁର୍ଥ ସନ୍ଧ୍ୟାରେ ବହି କିଣିବା ପାଇଁ ପାଠକ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

eleven − eight =

Most Popular

To Top