ଅବିଭକ୍ତ କଟକ

କେନ୍ଦ୍ରାପଡ଼ା ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା

କେନ୍ଦ୍ରାପଡ଼ା : ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟାରେ କବି ଓ କବିତା ର ମହା ସଙ୍ଗମ ଦେଖିବା ପାଇଁ ମିଳିଥିଲା । କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ସଂସଦ ପକ୍ଷରୁ ଅୟୋଜିତ କବିତା ପାଠୋତ୍ସବ ରେ ଜିଲାର ବିଭିନ୍ନ ଅଞ୍ଚଳର କବି ମାନେ ଉପସ୍ଥିତ ରହି ସ୍ଵ ରଚିତ କବିତା ପାଠ କରିଥିଲେ । କବିତାରେ ପ୍ରକୃତି, ପରିବେଶ, ବିଶ୍ଵ ଶାନ୍ତି ଓ କେନ୍ଦ୍ରାପଡ଼ା ର ସଂସ୍କୃତି ପ୍ରଭୃତିର ଛିଟା ଦେଖିବା ପାଇଁ ମିଳିଥିଲା । ଏହି କବିତା ପାଠୋତ୍ସବ ରେ ଜିଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା, ସମାଜସେବୀ କରୁଣାକର ଦାସ ଓ ଆଇନଜିବି ପ୍ରଦୀପ୍ତ ଦାସ ଅତିଥି ଭାବେ ଯୋଗ ଦେଇ କବିତାର ଲାଳିତ୍ୟ ଓ ଭାବ ସମ୍ପର୍କରେ ଆଲୋଚନା କରିଥିଲେ । କବି ଅଶୋକ ସାହୁ ଓ ଚାରୁଲତା ସ୍ଵାଇଁ ଆସର ସଂଯୋଜନା କରିଥିଲେ ।
ପ୍ରାରମ୍ଭରେ ସୃଜନ ଦିଗନ୍ତ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପରିବେଶ ସମ୍ପର୍କରେ ଏକ ନାଟକ ପରିବେଷଣ କରାଯାଇଥିଲା । ପ୍ରଦ୍ୟୁମ୍ନ ବେହୁରା , ରଞ୍ଜନ ବିଶ୍ଵାଳ, ଜ୍ୟୋତି ପ୍ରକାଶ ନାୟକ, ବିଜୟ ବେହେରା, ମନୋଜ କୁମାର ଦାସ, ଶାନ୍ତନୁ ମଲିକ, ମାନସ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

fifteen − 5 =

Most Popular

To Top