ଅବିଭକ୍ତ କଟକ

କେନ୍ଦ୍ରାପଡ଼ା ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟା

କେନ୍ଦ୍ରାପଡ଼ା: ପୁସ୍ତକ କେବଳ ବ୍ୟକ୍ତି ର ସିଦ୍ଧି ରେ ସହାୟକ ହୋଇ ନଥାଏ ବରଂ ସମାଜ ଗଠନରେ ପୁସ୍ତକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରାପଡ଼ା ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ମତପ୍ରକାଶ ପାଇଥିଲା ।

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଗାଳ୍ପିକ ଡକ୍ଟର ରାମଚନ୍ଦ୍ର ବେହେରା ସାହିତ୍ୟ ସେତୁ ସଦୃଶ ବ୍ୟକ୍ତିକୁ ବ୍ୟକ୍ତି ସହିତ ଯୋଡ଼ିଥାଏ ବୋଲି କହିଥିଲେ । ସନ୍ଧ୍ୟାର ମୁଖ୍ୟବକ୍ତାଭାବେ ଯୋଗ ଦେଇ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ପଣ୍ଡିତ ନିରଞ୍ଜନ ରଥ ପୁସ୍ତକର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ । ଯେଉଁ ଘରେ ପୁସ୍ତକ ଟିଏ ନାହିଁ ସେ ଘର ପ୍ରାଣ ନଥିବା ଶରୀର ବୋଲି ନିଜ ବକ୍ତବ୍ୟରେ କହିଥିଲେ ସନ୍ଧ୍ୟାର ଅନ୍ୟତମ ଅତିଥି ସହକାରୀ ସେସନ୍ ଜଜ ତଥା ସିଭିଲ କୋର୍ଟ ରେଜିଷ୍ଟର୍ ବିଶ୍ଵ ରଞ୍ଜନ ବେହେରା ।

ଅନ୍ୟତମ ଅତିଥି ଲୋକ ସେବକ ମଣ୍ଡଳ ର ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଇତିହାସର ଅନେକ୍ ଆନ୍ଦୋଳନ ପୁସ୍ତକ ଯୋଗୁ ସମ୍ଭବ ହୋଇଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ପ୍ରଥମ ‘କେନ୍ଦ୍ରlପଡା ପୁସ୍ତକ ମେଳା ପୁରଷ୍କାର’ ବିଶିଷ୍ଟ କବି ତଥା ପୂର୍ବତଟ ରେଳ ପଥର ବରିଷ୍ଠ ଜନସମ୍ପର୍କ ଅଧିକାର ନିରାକାର ଦାସଙ୍କୁ ପ୍ରଦାନ କରାଯାଇଥିଲା ।

ସେହିପରି ପ୍ରୋଫେସର ଡକ୍ଟର ଦେବେନ୍ଦ୍ର କୁମାର ଦାସ ଙ୍କୁ ‘ପୁସ୍ତକ ମେଳା ଶିକ୍ଷା ଶ୍ରୀ ସମ୍ମାନ’, ପ୍ରାଧ୍ୟାପକ ଅତୁଲ ବଳ ଙ୍କୁ ‘ପୁସ୍ତକ ମେଳା କଳା ସମ୍ମାନ’, ଡକ୍ଟର ସର୍ବେଶ୍ଵର ସେଣ ଙ୍କୁ’ ପୁସ୍ତକ ମେଳା ସାହିତ୍ୟ ସମ୍ମାନ’, ଡାକ୍ତର ଅଲେଖ ଚନ୍ଦ୍ର ଦାସ ଙ୍କୁ ‘ପୁସ୍ତକ ମେଳା ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ଅବସରରେ କବି ଡକ୍ଟର କଳ୍ପନା ମଲ୍ଲିକ ଙ୍କ ଇଂରାଜୀ କବିତା ସଙ୍କଳନ ‘କୋରାଲ ଜସ୍ମିନ୍’ ଓ ଡକ୍ଟର ବାସୁଦେବ ଦାସ ଙ୍କ ଉପନ୍ୟାସ ‘ଅନ୍ଧାରର ଆଖି’, ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ପୁସ୍ତକ ଶ୍ରୀ ଜଗନ୍ନାଥ ଧାମ, ଗଳ୍ପ ମଞ୍ଜରୀ ଉନ୍ନୋଚିତ ହୋଇଥିଲା ।

କେମ୍ ର ସଭାପତି ଅକ୍ଷୟ କୁମାର ପାଣି ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଗାଳ୍ପିକ ମାତୃଦତ୍ତ ମହାନ୍ତି ସ୍ୱାଗତ୍ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ଦେଲେ ବଂଶୀଧର ମହାନ୍ତି।

Click to comment

Leave a Reply

Your email address will not be published. Required fields are marked *

13 − 6 =

Most Popular

To Top